Cartoon Corner: ଆତଙ୍କୀ ଆକ୍ରମଣରେ ଦିଲ୍ଲୀ ଥରିଲା, ଓଡିଶାରୁ କିଏ ଲିଙ୍କରେ ରହି ଆମ ରାଇଜକୁ ବଦନାମ କଲା…?

ଓଡ଼ିଶାର କେଉଁମାନେ ମୁଜାମିଲ୍‌ର ସମ୍ପର୍କରେ ଥିଲେ ? କାହିଁକି ସେମାନେ ମୁଜାମିଲ୍‌ ସହ କଥାବାର୍ତ୍ତା ବା ଚାଟିଂ କରୁଥିଲେ ? ଏହାର ଖୋଳତାଡ଼ କରିବ ଏନ୍‌ଆଇଏ । ମିଳିଥିବା ତଥ୍ୟରୁ ଏନ୍‌ଆଇଏ ଟିମ୍‌ କେତେକଙ୍କ ତାଲିକା କରିଛି

odisha link

odisha link Photograph: (sambad.in)

ଭୁବନେଶ୍ବର: ଦିଲ୍ଲୀ ଆତଙ୍କୀ ହମଲାରେ ଓଡିଶାର ଲିଙ୍କ ଥିବା ନେଇ ଖବର ପ୍ରକାଶ ପାଇବା ପରେ ଏବେ ସବୁଠି ଚର୍ଚ୍ଚା । କିଏ ରହିଛି ଆତଙ୍କୀ ଲିଙ୍କରେ ସେନେଇ ଆରମ୍ଭ ହେବ ଖୋଳତାଡ଼ । ଓଡ଼ିଶା ସହ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି । ଜେରା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ତଦନ୍ତକାରୀ ଟିମ୍‌ ହାତରେ ଲାଗିଛି । ମୁଜାମିଲର ହ୍ୱାଟ୍ସଆପରେ ଯାଞ୍ଚ ବେଳେ ଓଡ଼ିଶାର କିଛି ନମ୍ବର ସହ ମେସେଜ୍‌ରେ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଥିଲା ।

ତେବେ ଓଡ଼ିଶାର କେଉଁମାନେ ମୁଜାମିଲ୍‌ର ସମ୍ପର୍କରେ ଥିଲେ ? କାହିଁକି ସେମାନେ ମୁଜାମିଲ୍‌ ସହ କଥାବାର୍ତ୍ତା ବା ଚାଟିଂ କରୁଥିଲେ ? ଏହାର ଖୋଳତାଡ଼ କରିବ ଏନ୍‌ଆଇଏ । ମିଳିଥିବା ତଥ୍ୟରୁ ଏନ୍‌ଆଇଏ ଟିମ୍‌ କେତେକଙ୍କ ତାଲିକା କରିଛି । ବିଶେଷକରି କଟକ ଜିଲ୍ଲାର ଏକ କଲେଜକୁ ନେଇ ସନ୍ଦେହ ସଷ୍ଟି ହୋଇଛି । ଏ ସଂପର୍କରେ ଅଧିକ ତନାଘନା ପାଇଁ ଖୁବ୍‌ଶୀଘ୍ର ଏନ୍‌ଆଇଏର ଏକ ଟିମ୍‌ ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି ।

ଆହୁରି ପଢନ୍ତୁ- Cartoon Corner: ଦିଲ୍ଲୀ ବାୟୁରେ ବିଷ… ଅଣନିଶ୍ବାସୀ ହେଲାଣି ମଣିଷ, କରିବ କିଶ ?

ଆତଙ୍କୀର କଟକ କନେକ୍ସନ ନେଇ କଟାକ୍ଷ

ଆତଙ୍କୀ ଆକ୍ରମଣରେ ଦିଲ୍ଲୀ ଥରିଲା
ସାରା ଭାରତଟା ସଜାଗ ହେଲା
ଓଡିଶାରୁ କିଏ ଲିଙ୍କରେ ରହି
ଆମ ରାଇଜକୁ ବଦନାମ୍ କଲା…
ସୁରକ୍ଷା ବ୍ୟବସ୍ଥା ସାଙ୍ଘାତିକ ଢିଲା…
ଶୋଇଛି ପ୍ରହରୀ ମାରୁଛି ଘୁଙ୍ଗୁଡ଼ି
ପଶିଆସିବେ ଆତଙ୍କୀ
ବନ୍ଦ କର ତମ ଠିଆପାଲା…

ଆହୁରି ପଢନ୍ତୁ- Cartoon Corner: କାହାକୁ କହିବା ଭାଇ, ଶୁଣିବ କିଏ…ସମସ୍ୟାର ସମାଧାନ ହେବ, ଦିହକୁ ନେବ ଯିଏ…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe