ଭୁବନେଶ୍ବର: ଆଜ୍ଞା ! ରୋଗ ହେଲେ କାହାକୁ ଭରସା କରିବା… ହସ୍ପିଟାଲକୁ ନା ହସ୍ପିଟାଲରେ ପହଞ୍ଚିବାକୁ ଆମ୍ବୁଲାନ୍ସକୁ ? ଆପଣ ଦିଟା ଯାକର ନାଁ କହିବେ । କିନ୍ତୁ ଏଠି ହସ୍ପିଟାଲର ତ ହାଲତ ଖରାପ ବୋଲି ଆପଣ ପୂର୍ବରୁ ଶୁଣି ଆସୁଛନ୍ତି । କିନ୍ତୁ ଆମ୍ବୁଲାନ୍ସର ବି ଅବସ୍ଥା ଢିଲା ଏବେ ଜାଣିଲେ ଆଶ୍ଚର୍ଯ୍ଯ ହେବେ । ହଁ ଆଜ୍ଞା ! ରୋଗୀସେବାର ମେରୁଦାଣ୍ଡ କୁହାଯାଉଥିବା.. ମେଡିକାଲ ଏବଂ ରୋଗୀ ଭିତରେ ଲାଇଫ ଲାଇନ୍ ସାଜିଥିବା ଆମ୍ବୁଲାନ୍ସ ଏବେ ଆତଙ୍କ ରଚିଛି । କେତେବେଳେ କାହାର ଜୀବନ ନେଉଛି କହି ହେଉନି । ଯେଉଁ ଆମ୍ବୁଲାନ୍ସରେ ବସି ରୋଗୀ ନୂଆ ଜୀବନ ଆଶା ନେଇ ମେଡିକାଲ ଯାଉଛି ସେହି ଆମ୍ବୁଲାନ୍ସ, ହିଁ ତା ମୃତ୍ୟୁର କାରଣ କେବେ କେବେ ସାଜୁଛି ।
ଅଧିକ ପଢନ୍ତୁ-
ଟଙ୍କା କମେଇବାକୁ ଯାଇଥେଲି, ନିଜର ସଞ୍ଜୟ କମେଇ ଦେଇ ଆଇଲି...!
କେଉଁଠି ଆମ୍ବୁଲାନ୍ସର ତେଲ ସରିଗଲାଣି ତ କେଉଁଠି ଯାନ୍ତ୍ରିକ ସମସ୍ୟା ଦେଖା ଦେବାରୁ ରାସ୍ତାରେ ଆମ୍ବୁଲାନ୍ସ ଅଟକି ଗଲାଣି । ପୁଣି କେଉଁଠି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେଲାଣି । ଅନେକ ସମୟରେ ମଦ୍ୟପାନ କରି ଚାଳକ ଆମ୍ବୁଲାନ୍ସ ଚାଳାଉଥିବାର ଅଭିଯୋଗ ଆସୁଥିବା ବେଳେ ବେପରୁଆ ଗାଡ଼ି ଚାଳନା ପାଇଁ ଅନେକ ସମୟରେ ରୋଗୀ ଏବଂ ସମ୍ପର୍କୀୟଙ୍କ ଅକାଳ ମୃତ୍ୟୁ ହୁଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜ୍ୟରେ ୪୨୦ଟି ଆମ୍ବୁଲାନ୍ସ ପୁରୁଣା ହେଇ ଗଲାଣି ମାତ୍ର ସେସବୁର ମତାମତି ହେଉନି କି ତାହାକୁ ପରିବର୍ତ୍ତନ କରାଯାଉନି ।
/filters:format(webp)/sambad/media/media_files/2025/08/25/ambulance-2025-08-25-16-59-11.jpeg)
ଦାବି ହେଉଛି ହେଲେ କିଏ ଶୁଣୁଛି…
କାହାର ଭୁଲ ଏବଂ କାହାର ଅବହେଳା ପାଇଁ
ରୋଗୀଙ୍କ ଜୀବନ ଅକାଳରେ ଯାଉଛି…
ଆମ୍ବୁଲାନ୍ସ କଥା ଉଠିଲେ ରୋଗୀଙ୍କ ଛାତି ଧଡ଼ଧଡ଼ ହେଉଛି
ବରଂ ବାଇକରେ ପଳେଇବ ରୋଗୀ ଆମ୍ବୁଲାନ୍ସରେ ବସିବାକୁ କୁନ୍ଥୁକୁନ୍ଥୁ ହେଉଛି…
ଏଥିପାଇଁ କିଏ ଦାୟୀ ?
ବିଚାର ଆପଣଙ୍କର…
ବ୍ୟବସ୍ଥାକୁ କଟାକ୍ଷ କରନ୍ତୁ, ସମାଲୋଚନା କରନ୍ତୁ
ସ୍ଥିତି ନସୁଧୁରିବା ଯାଏଁ ପ୍ରତିବାଦ କରୁଥାନ୍ତୁ…
କାରଣ ପ୍ରତିଟି ଜୀବନ ମୂଲ୍ୟବାନ
ଦିହକୁ ନେବେନି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/08/25/new-project-23-2025-08-25-16-58-23.jpg)