ଦୁର୍ନୀତି: କାହାର ହେଉଛି ଉନ୍ନତି ପୁଣି କାହାର ହେଉଛି କ୍ଷତି… ସବୁ ଏଠି ଭାଇ ଗୋଟିଏ ଲାଉର ମଞ୍ଜି, ତୁଚ୍ଛାଟାରେ ହୁଏ ରାଜନୀତି..

ସାର୍ – ସିଏ ସରକାରୀ ଚାକିରି, ଦରମା ଦୁର୍ବଳ ହେଉ ପଛେ କିନ୍ତୁ ପ୍ରବଳ ଉପୁରି ହାଁ.. ଦେଖୁ ନାହାନ୍ତି ନିଇତି ଖବର କାଗଜରେ କେମିତି ସବୁ ସରକାରୀ ବାବୁଙ୍କର ଖବର ବାହାରୁଛି । 

New Project (21)

ଭୁବନେଶ୍ବର: ଶିକ୍ଷକ ପିଲାଙ୍କୁ ନିଜ ଜୀବନର ଲକ୍ଷ୍ୟ ପଚାରିଲେ । କିଏ ଡାକ୍ତର କହିଲା, କିଏ ଇଞ୍ଜିନିୟର କହିଲା ପୁଣି କିଏ ପୋଲିସ କହିଲା.. ହେଲେ ପଛ ଧାଡ଼ିରେ ବସିଥିବା ମଙ୍ଗୁ କହିଲା
ମଙ୍ଗୁ-ସାର୍ ! ମୁଁ କଣ ହେବି ଜାଣିନି କିନ୍ତୁ ମୋର ପ୍ରଥମ ଲକ୍ଷ୍ୟ ସରକାରୀ ଚାକିରି..
ସାର୍- ସାବାସ୍ ! ବଢ଼ିଆ କଥା.. ହେଲେ କାହିଁକି ?
ମଙ୍ଗୁ- ସାର୍ – ସିଏ ସରକାରୀ ଚାକିରି, ଦରମା ଦୁର୍ବଳ ହେଉ ପଛେ କିନ୍ତୁ ପ୍ରବଳ ଉପୁରି ହାଁ..
ଦେଖୁ ନାହାନ୍ତି ନିଇତି ଖବର କାଗଜରେ କେମିତି ସବୁ ସରକାରୀ ବାବୁଙ୍କର ଖବର ବାହାରୁଛି । 
ଶିକ୍ଷକ ମଙ୍ଗୁର କଥା ଶୁଣି ମୁଣ୍ଡରେ ହାତ ଦେଇଦେଲେ.. ଭାବିଲେ ସତେ ତ ଏ ପିଲାଟି ବି ଜାଣିଲାଣି ସରକାରୀ ଚାକିରିରେ କେତେ ଫାଇଦା..

ହଁ ଆଜ୍ଞା ! ଆମ ବ୍ୟବସ୍ଥା ହିଁ ସେଇୟା । ପିଲାଙ୍କୁ ଏଠି ବାପା ମାଆ ପଛେ ବେସରକାରୀ ଇସ୍କୁଲରେ ପଢେଇବେ କିନ୍ତୁ ପିଲା ସରକାରୀ ଚାକିରି କରିବା ଦରକାର । କାରଣ ସମସ୍ତେ ଜାଣନ୍ତି- ସରକାରୀ ଚାକିରିରେ ସାଲାରୀ ଯେତେ, ଉପୁରି ସେତେ…

WhatsApp Image 2025-07-26 at 17.11.42

ଯନ୍ତରୀ କୁହନ୍ତୁ କି ଅଧିକାରୀ…
କିରାଣୀ କୁହନ୍ତୁ କି ପିଅନ…
ସବୁ ଏଠି ନିଅନ୍ତି ଲାଞ୍ଚ
ଉପୁରି ପରା ସେମାନଙ୍କ ଆଞ୍ଚ
ଓଡିଶାରେ ବଢୁଛନ୍ତି ବେକାରୀ
ବୟସ ସରିବା ଆଗରୁ ଏଠି
ସରକାରୀ ଚାକିରିଆ କରନ୍ତି ଉପୁରି..

କେଉଁଠି ଯନ୍ତରୀ ମାଲାମାଲ୍ ତ କେଉଁଠି ଜଙ୍ଗଲୀ ବାବୁ ମାଲାମାଲ୍.. କେଉଁଠି କିରାଣି ପୁଣି କେଉଁଠି ଅନ୍ୟ ଅଧିକାରୀ.. ଓଡ଼ିଶା ଦୁର୍ନୀତିର ହଟସ୍ପଟ୍ ସାଜିଛି ଆଜ୍ଞା, ଆଉ ଏ ସରକାରୀ ଚାକିରି … ଛାଡ ଛାଡ । ଏଠି ବ୍ୟବସ୍ଥାଟାକୁ ପୂରା ଦୁର୍ନୀତିର ବ୍ୟାଧି ଗ୍ରାସିଛି । ନିଇତି ମାଳମାଳ ବାବୁଙ୍କ ଘରେ ଭିଜିଲାନ୍ସ ପଶୁଛି.. ହେଲେ ତଥାପି କମୁନି.. ଦୁର୍ନୀତି ଚେର କେତେ ଲମ୍ବିଛି ବା ।

ଏବେର ସରକାର କହୁଛନ୍ତି ଇଏ ୨୪ ବର୍ଷର ଚେର, ଅତୀତର ସରକାରରେ ଥିବା ନେତାଏ କହୁଛନ୍ତି ଏ ସରକାର ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି । ଆରେ ଭାଇ ତମର ଦୋଷ ଦିଆନିଆ ହୁଅ ଆମର କଣ ଅଛି.. ଏଠି ତ ଆମ ଓଡ଼ିଶା ଗରିବ ହେଉଛି, ଜନତା ମରୁଛନ୍ତି ହେଲେ ବାବୁମାନେ ମାଲାମାଲ୍ ହେଉଛନ୍ତି । 

ନେତା ବି ନେଉଛନ୍ତି, ପୋଲିସ ବି ନେଉଛି କିନ୍ତୁ ସିଧା ନୁହେଁ ମ ଟିକେ ତେଢେଇକି.. ଭାଇ ଏଠି ସବୁ ସେଇୟା.. ଖଜୁରୀ ଗଛକ କି ଗୁଣ ଗାଇବି । ସମସ୍ତେ ଜାଣନ୍ତି ଭାଗ ନଛିଡିଲେ ଭିଜିଲାନ୍ସ କାଳେ ପଶେ ସତ ତ ଆମେ ଜାଣିନୁ କିନ୍ତୁ ଧରା ପଡିବା ପରେ ଏଠି କୁହାକୁହି ହୁଅନ୍ତି.. ଏଠି ସବୁ ଗୋଟିଏ ମଞ୍ଜିର ଚାରା, ତୁ ତ ମୁତୁରୀ ମୁଁ ତ ମୁତୁରୀ..

ହେଲେ କେବେ ହେବ ଏ ଦୁର୍ନୀତି ରୂପୀ ଦଶାନନର ବଧ ? ରାଜ୍ୟରୁ କେବେ କମିବ ଦୁର୍ନୀତି ? ଏଠି ବର୍ଷ ପରେ ବର୍ଷ ବଦଳୁଛି, ସରକାର ବି ବଦଳିଯାଇଛି କିନ୍ତୁ ଦୁର୍ନୀତି କମୁନି କି ବ୍ୟବସ୍ଥା ବଦଳୁନି… 

ଧନ୍ୟ ସରକାର, ଧନ୍ୟ ବ୍ୟବସ୍ଥା
ହସୁଛି ଦୁର୍ନୀତି ଦଶାନନ, ଶୋଇଛି ପ୍ରଶାସନ

ଦିହକୁ ନେବେନି ଆଜ୍ଞା
ମରମ କଥା, ଟିକେ ବାଧିପାରେ

କାର୍ଟୁନ- ଦେବାଶିଷ

ଅଧିକ ପଢନ୍ତୁ-

ସହରୀ ରୋଗୀଙ୍କ ପାଇଁ ଆକାଶମାର୍ଗ ଥାଉ; ଗାଁ ରୋଗୀଙ୍କ ପାଇଁ ଡଙ୍ଗାଟେ ହେଲେ ହେଉ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe