ମେଘ ନା ବାଘ ! ନାଲି ଆଖି ଦେଖାଉଛି, ପ୍ରବଳ ଢାଳୁଛି… ଆକାଶଟା ସତେ କି ଫାଟି ଯାଇଛି…???

rain cartoon

ଭୁବନେଶ୍ବର: ବାପ୍ ରେ କି ବର୍ଷା… ତୁହାକୁ ତୁହା ଢାଳୁଛି । ଲାଗୁଛି ଆକାଶଟା ସତେକି ଫାଟି ଯାଇଛି । କେବେ ଦିନ ତମାମ ବର୍ଷା, କେବେ ରାତିସାରା ଢାଳୁଛି ପୁଣି କେବେ ଦୁଇ ତିନି ଧରି ଲାଗି ରହୁଛି । 

WhatsApp Image 2025-09-03 at 16.36.50

ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ
ତ୍ରାହି ଦେଉନି ଏ ଅହନ୍ତନଗା ବର୍ଷା
କେଉଁଠି ଘର ବୁଡୁଛି, କେଉଁଠି ବଜାର ବୁଡୁଛି
ପୁଣି କେଉଁଠି ବୁଡିଯାଉଛି ରାସ୍ତା
ବରଷା ପାଇଁ ଲୋକେ ହେଉଚନି ହିନସ୍ତା…

ଦିନେ ପାଣି ପାଇଁ ଶୋଷରେ ଥିଲା ଓଡିଶା.. 
ଆଜି ଏତେ ପାଣି ଯେ ଉବୁଟୁବୁ ଓଡିଶା
ଲଗାଣ ବର୍ଷାରେ ବେହାଲ ଓଡିଶା
ଭାସୁଛି ଗାଁ, ଭାସୁଛି ସହର
ମେଘର ନାଲି ଆଖି ଦେଖି ଓଡିଶା କହିଲାଣି 
ହେ ପ୍ରଭୁ ! ମତେ ଏ ସଂକଟରୁ ରକ୍ଷା କର
ମେଘ କରିଛି ଆଁ, ବର୍ଷା ଝରୁଛି ଧାଁ ଧାଁ
ପାଣିର ପ୍ରଖର ସୁଅ ଦେଖି ଓଡିଶା ଚମକୁଛି ଛାଁ ଛାଁ
ବାଲେଶ୍ବରରୁ ଭଦ୍ରକ, ମାଲକାନଗିରିରୁ ଭୁବନେଶ୍ବର
ବର୍ଷାର ପ୍ରହାରରେ ସବୁକିଛି ଛାରଖାର
ଉପରୁ ଆକାଶ ଢାଳୁଛି ଜଳ
ତଳେ ମଣିଷ ଭୋଗୁଛି କଲା କର୍ମର ଫଳ
ଡ୍ରେନ ଜାମ, ରାସ୍ତା ଜାମ ପାଇଁ ବାହାରି ପାରୁନି ବରଷ ଜଳ
ବାଟ ନପାଇ ଘରେ ପଶୁଛି ଗନ୍ଧିଆ ଜଳ
ମଣିଷ ରହୁଥିବା ଘରେ ଭାସୁଛି ମଇଳା, ଅସନା ମଳ
ଇମିତି ଯଦି ଚାଲିବ ନିଇତି- କଅଣ କରିବ ମଣିଷ
ନିର୍ଧୂମ ବର୍ଷାକୁ ବର୍ବାଦ ରାସ୍ତା- କୁଆଡେ ଯିବ ମଣିଷ…

କାର୍ଟୁନ- ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe