ଭୁବନେଶ୍ବର: ହସୁଛି ମୁରୁଖ, କାନ୍ଦୁଛି ପାଠୁଆ । ପଢି ପଢି ପାଠ ହେଲା ସେ ଭକୁଆ.. ହଁ ଆଜ୍ଞା ! ଆମ ରାଇଜରେ ଏବେ ଚାକିରି ବାକିରିକୁ ନେଇ ଭାରି ଝିନଝଟ । ପିଲା ଏବେ ମୂଲ ଲାଗିବାକୁ ସୁରଟ ଯିବାକୁ ରେଡ୍ଡି ଅଛନ୍ତି କିନ୍ତୁ ପାଠ ପଢିବାକୁ କୁନ୍ଥୁକୁନ୍ଥୁ । କାରଣଟା ପଚାରୁ ନାହାନ୍ତି କାହିଁକି…

Advertisment

ବାପାମାଆ ଯଦି ପିଲାଙ୍କୁ ତାଗିଦ କରି ପଢିବାକୁ କହୁଛନ୍ତି । ପିଲାଏ ବୁଲିପଡି ଜବାବ ଦେଉଛନ୍ତି । କହୁଛନ୍ତି- କିରେ ପାଠ ପଢି ହେବ କଣ ? ଓଡିଶାରେ ପାଠ ପଢି କିଛି ଲାଭ ନାହିଁ । ଶିକ୍ଷିତ ସିନା ହେବ କିନ୍ତୁ ଚାକିରି ବାକିରି ନାହିଁ । ବରଂ ଭଲ ବାହାରକୁ ଦାଦନ ଖଟିବାକୁ ପଳାଅ, ଟଙ୍କା ମିଳିବ ଘର ଚଳିବ । ଚାଷ କଲେ ପଛେ ଚଳିଯିବ କିନ୍ତୁ ପାଠ ପଢିଲେ ଭୋକରେ ରହିବ ହାଁ..

WhatsApp Image 2025-08-01 at 14.04.01

କାରଣ ଓଡିଶାରେ ଯେଉଁ ସମସ୍ୟା ଏଠି ଚାକିରି ମିଳିବା ଭାରି ଜଟିଳ । ସରଗର ଚାନ୍ଦ ପଛେ ତମକୁ ମିଳିଯିବ କିନ୍ତୁ ଚାକିରି ମିଳିବନି । ଏଠି ଯୁବପିଢିଙ୍କ ଅବସ୍ଥା ଭାରି ସାଙ୍ଘାତିକ । ଏକ୍ ରେ ତ ରାଇଜରେ ବେକାରି ସମସ୍ୟା, ତାପରେ ପୁଣି ଯଦି କେହି ସରକାରୀ ଚାକିରି ଆଶାରେ ପାଠ ପଢୁଛନ୍ତି, ପରିଶ୍ରମ କରୁଛନ୍ତି ସେମାନଙ୍କ ସେ ପରିଶ୍ରମର ମୂଲ୍ୟ ଏଠି କେହି ବୁଝନ୍ତିନି । କିଛି ଜାଲିଆଙ୍କ ପାଇଁ ଏଠି ପାଠୁଆ ପିଲା ଫେଲ ହୁଅନ୍ତି, ଲୁଜରର ଟ୍ୟାଗ୍ ମୁଣ୍ଡାନ୍ତି । 

ଅଧିକ ପଢନ୍ତୁ-

ମାରିନେଲେ ମହାପାତ୍ର, ଚାହିଁଥା ଜଳକା...ପିଲା ପାଠି ପଢ଼ି ପଢ଼ି ଧଇଁଆ, ମୂରୁଖ ଆକାଶରୁ ତୋଳେ କଇଁଆ

ପିଲା ପାଠ ପଢୁଛନ୍ତି ଠିକ୍ ପରିଶ୍ରମ କରୁଛନ୍ତି ଠିକ୍ କିନ୍ତୁ ପରୀକ୍ଷା ବେଳେ ଏଠି ଏତେ ସମସ୍ୟା- ଚାକିରି ମିଳିବାର କମୁଛି ଆଶା । 
ଧିକ୍ ଏ ସରକାର
ଧିକ୍ ଏ ବ୍ୟବସ୍ଥା
ଆଉ ବେଶି ନକହିବା ଭଲ, କହିଲେ ସମ୍ଭାଳି ହେବନି…

କାର୍ଟୁନ- ଦେବାଶିଷ