ତମର ଘଡ଼ିକରେ ଘୋଡ଼ା ଛୁଟୁଛି; ତମ କଥା ମୋ ମୁଣ୍ଡରେ ପଶିଲେ ଘାଇଁ ଘାଇଁ ସବୁ ଦିଶୁଛି...

ହଇଓ ଜେଜେ, ତମ ଅଙ୍କ ଭାରି ଅବୁଝା...! କେତେବେଳେ ବନ୍ଧୁ ହଉଛ, କେତେବେଳେ ଚୋଟ ମାରୁଛ; ତମକୁ କି ଅବା ଭରସା କଇଲ...? ତମ ମୁଣ୍ଡରେ କ’ଣ ଚାଲିଛି ବୋଲି ଯଦି ଆମେ ଜାଣିଆକୁ ଚେଷ୍ଟା କରିମୁ ନା, ଆମ ମୁଣ୍ଡ ଏକାବେଳକେ ଖରାପ ହେଇଯିବ।

New Project (9) (2)

ୱାଶିଂଟନ: ହଇଓ ଜେଜେ, ତମ ଅଙ୍କ ଭାରି ଅବୁଝା...! କେତେବେଳେ ବନ୍ଧୁ ହଉଛ, କେତେବେଳେ ଚୋଟ ମାରୁଛ; ତମକୁ କି ଅବା ଭରସା କଇଲ...? ତମ ମୁଣ୍ଡରେ କ’ଣ ଚାଲିଛି ବୋଲି ଯଦି ଆମେ ଜାଣିଆକୁ ଚେଷ୍ଟା କରିମୁ ନା, ଆମ ମୁଣ୍ଡ ଏକାବେଳକେ ଖରାପ ହେଇଯିବ। ସେଇଥି ନାଗି ମୁଁ କ’ଣ କଉଥିଲି କି, ଆମର ତମ ଗଣିତ କଷିବା କିଛି ଦରକାର ନାହିଁ। ତମେ ତମ ସୂତ୍ର ପକେଇ କଷି ଚାଲ। ଆମେ ଏଠି ଦର୍ଶକ ହେଇ ଠିକ୍‌ ଅଛୁ।

ଶୁଳ୍କ ଶୁଳ୍କ କହି କେତେବେଳେ ତମେ ମୁଣ୍ଡ ଡାଉଁରେଇ ଦଉଛ

ପୁଣି ତମେ ସବୁ ଭୁଲିଭାଲି ଯାଇ ବନ୍ଧୁଟେ ପରିକା ହଉଛ।

ତମ କୋଉ ରୂପ କୁହ ଅସଲି?

ଏଇ କଥା ସବୁ ଭାବି ଭାବି ଆମ;

ମୁଣ୍ଡ ତ ଗଲାଣି ହୁଗୁଳି। 

କାଲି ସାଜୁଥିଲ ବଇରୀଟେ ପରି

ଆଜି ଆଣି ଦିଅ ଫୁଲ;

କାଲି ଭାବୁଥିଲି ତମକୁ ନିଷ୍ଠର

ଆଜି କାଇଁ ଲାଗ ଭଲ!

ତମ ଯୋଜନା ତ ବୁଝିହଉନି;

ଘଡ଼ିକରେ ଘୋଡ଼‌ା ଛୁଟେ ଦଉଛ

ଏ ଗଣିତ ବୁଝାପଡୁୁନି।

ଭାରି ଅବୁଝା ଟ୍ରମ୍ପ୍‌ଙ୍କ ଅଙ୍କ ! ଭାରତ ସହ ବେପାର ଓ ଟାରିଫ୍‌ ପ୍ରସଂଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାସ୍ତବରେ ଚାହାନ୍ତି କ’ଣ? ଟାରିଫ୍‌ ଯୁଦ୍ଧ ଭିତରେ ଏପେଟ ଟ୍ରମ୍ପ୍‌, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଜଣେ ଉତ୍ତମ ବନ୍ଧୁ ବୋଲି କହୁଛନ୍ତି। ସେପଟେ ଏପରି ଏକ ମନ୍ତବ୍ୟ ଦେଇଛନ୍ତି; ଯାହା ଏବେ ଚର୍ଚ୍ଚାର ପରିସରଭୁକ୍ତ ହୋଇଛି। ଟ୍ରମ୍ପ୍‌ କହିଛନ୍ତି କି ଯଦି ୟୁରୋପୀୟ ଦେଶଗୁଡ଼ିକରେ ଆମେରିକା ସମାନ ଟାରିଫ୍‌ ବୋମା ଫୁଟାଇବା ତ ରୁଷୀୟ ତୈଳ କିଣିଥିବା ‌ଭାରତ ଓ ଚୀନ ପରି ଦେଶ ଉପରେ ବି ୧୦୦ ପ୍ରତିଶତ ଟାରିଫ୍‌ ଲାଗିବ। 

ଟ୍ରମ୍ପ୍‌ଙ୍କର ଏହି ହୋମୁହଁା ନୀତି ତାଙ୍କୁ ବୁଝିବାକୁ ଦେଉନାହିଁ। ତାହାକୁ ନେଇ ଆଜିର ଏ କାଟୁର୍ନ। ଦିହକୁ ନେବେନି।

କାର୍ଟୁନ: ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe