ରୋଗୀଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟ ସମ୍ବଦ୍ଧିତ ବ୍ୟବସ୍ଥା ଯୋଗାଇ ଦିଆଯାଉଛି ବୋଲି ଆମ ସରକାର ଡେଙ୍ଗୁରା ପିଟୁଛନ୍ତି। ହେଲେ ସତରେ କ’ଣ ରୋଗୀଟିଏ ଉଚିତ ସମୟରେ ଉଚିତ ସୁବିଧା ପାଉଛି? ଆରେ ବାବୁ, ଏଠି ଆମ୍ବୁଲାନ୍ସ ଥିଲେ; ଚକ ଗଡ଼ିବାକୁ ଭଲ ରାସ୍ତା ନାହିଁ। ପୁରୁଣା ଇଞ୍ଜିନ୍ ହେତୁ କେଉଁଠି ପୁଣି ଅଧାବାଟରେ ବନ୍ଦ୍ ହୋଇଯାଉଛି। ତା’ ଉପରେ ପୁଣି ଟ୍ରାଫିକ୍ ସମସ୍ୟା। ଆଚ୍ଛା କହିଲ, ଏତେ ସବୁ ଅସୁବିଧା ପାର୍ କରିବା ପରେ ରୋଗୀଟି ସୁରକ୍ଷିତ ଅବସ୍ଥାରେ ଯାଇ ହସ୍ପିଟାଲ୍ରେ ପହଞ୍ଚିବ ଟି? ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।
ଗାଡ଼ି ସିନା ଅଛି; ହେଲେ ହସ୍ପିଟାଲ୍ରେ ପହଞ୍ଚିଲେ ତ ...!
Advertisment
Follow Us