ବିଲେଇ କପାଳକୁ ଶିକା ଛିଡ଼ିଛି; ନେତାଙ୍କ କପାଳକୁ ପ୍ରସଙ୍ଗ ମିଳିଛି

ବାଲେଶ୍ବର ଏଫ୍‌ଏମ୍‌ କଲେଜ୍‌ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜ୍ୟରେ ଗୋଟାଏ ପରେ ଗୋଟାଏ ମହିଳା ନିର୍ଯାତନା ମାମଲା ସାମ୍ନାକୁ ଆସୁଛି। ତାହାକୁ ନେଇ ଜେର୍‌ ଧରିଛି ରାଜ୍ୟ ରାଜନୀତି। ଆମର ଏ କାର୍ଟୁନ ତାହାକୁ ନେଇ। ଦିହକୁ ନେବେନି।

New Project (14)

ଭୁବନେଶ୍ବର: ମହିଳା ନିର୍ଯାତନା ମାମଲାରେ ରାଜ୍ୟ ଉଠୁଛିପଡୁଛି; ହେଲେ ବିଲେଇ କପାଳକୁ ଶିକାଟା ବି ଛିଡ଼ିଚି! ଆମେ ଏଇ ଆମ ରାଜନେତାମାନଙ୍କ କଥା କହୁଛୁ ମ। ଅନେକ ଦିନ ହେଲାଣି ପୁରୁଣା ପ୍ରସଙ୍ଗକୁ ନେଇ ଠେଲାପେଲା, ଯୁକ୍ତିତର୍କ ଚାଲିଥିଲା ତ। ଏବେ ବାବୁମାନେ ନୂଆ ପ୍ରସଂଗଟିଏ ପାଇଛନ୍ତି ଯେ ଖାଲି ଡେଉଁଛନ୍ତି।

ସୁଯୋଗ ମିଳିଗଲା ଜାଣ। ପରସ୍ପର ଉପରେ କାଦୁଅ ଫୋପଡ଼ା ଫୋପାଡ଼ି କରିବାକୁ ବାଗ ହେଇଛି। ଇଏ ତା’କୁ କହିବ, ସିଏ ୟାକୁ କହିବ, ଇଏ ପୁଣି ଆଉ କାହାକୁ କହିବ। ଆଇନ ଶୃଙ୍ଖଳା ପଛେ ଯାଉ ଚୁଲିକୁ, ବାବୁମାନଙ୍କୁ ତ ରାଜନୀତି କରିବାକୁ ପ୍ରସଂଗଟିଏ ମିଳିଛି ଆଉ, ଅସୁବିଧା କୋଉଠି।

ବିରୋଧୀ କହୁଛନ୍ତି, ‘‘ହଇଓ ଶାସକ! ତମ ଔକାତ ଏୟା। ତମ ଶାସନ କାଳ ଭିତରେ ଏତେ ଘଟୁଛି, ତମେ କ’ଣ ନାହିରେ ତେଲ ଦେଇ ଶୋଇଛ?’’ 

ଶାସକ ଦଳ ବି କୋଉଁ କମ୍‌! ସିଏ କହୁଛି, ‘ହେଇରେ ‌ବିରୋଧୀ ବାବୁ! ତମର ଏବେ ନିଦ ଭାଙ୍ଗିଲା। ତମେ ଏଇ ବରଷକର କଥା କହୁଛ, ତା ପୂର୍ବ ୨୪ ବର୍ଷରେ କେତେ ନାରୀ ନିର୍ଯାତନା ପାଇଛନ୍ତି ତମେ ଭୁଲିଗଲଣି କିହୋ?

ଆଉ ଆମ ମଝି ଦଳଟା କଥା ନକହିବା ଭଲ। ସିଏ ଏବେ ପୂରା ନାରୀମାନଙ୍କ ପଟରେ। ପୀଡ଼ିତାଙ୍କ ପାଇଁ କେତେ ଶୋକ ସଭା, କେତେ ଶ୍ରଦ୍ଧାଞ୍ଜଳି; ତା’ର କିଛି ହିସାବ ନାହିଁ। 

ବାଲେଶ୍ବର ଏଫ୍‌ଏମ୍‌ କଲେଜ୍‌ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜ୍ୟରେ ଗୋଟାଏ ପରେ ଗୋଟାଏ ମହିଳା ନିର୍ଯାତନା ମାମଲା ସାମ୍ନାକୁ ଆସୁଛି। ତାହାକୁ ନେଇ ଜେର୍‌ ଧରିଛି ରାଜ୍ୟ ରାଜନୀତି। ଆମର ଏ କାର୍ଟୁନ ତାହାକୁ ନେଇ। ଦିହକୁ ନେବେନି, ପ୍ଲିଇଇଇଇଇଇଇଇଇଇଜ............।

କାର୍ଟୁନ: ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe