ଏପଟେ ଜାଳ, ସେପଟେ ଚୂଲି; ଏପଟେ ଭାତ, ସେପେଟ ଡାଲି...

କୋଟିଆ ଅନ୍ତର୍ଗତ ୨୧ ଗାଁରେ ଅଘୋଷିତ ଦ୍ବୈତ ଶାସନ ଚାଲିଛି। ଡବଲ୍‌ ଫାଇଦା ମିଳୁଥିବାରୁ କୋଟିଆବାସୀ ଓଡ଼ିଶା- ଆନ୍ଧ୍ରପ୍ରଦେଶ ସହ ସମଦୂରତା ରକ୍ଷା କରିଛନ୍ତି। ଏହି ପ୍ରସଂଗକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।

New Project (9) (3)

ଭୁବନେଶ୍ବର:

  • ଇଏ କହୁଛି ଆମର ଆମର, ସିଏ କହୁଛି ଆମର... ଆମକୁ ପଚାର ଆମେ କାହାର, ପାଇବ ଉଚିତ ଉତ୍ତର !
  • ଆରେ ଭାଇ...! କାଇଁ ଭିଡ଼ା ଟଣା କରୁଛ ? ଆମେ ତ ଆମର ଶାନ୍ତିରେ ଅଛୁ, ତମେ କାଇଁ ଏତେ ଲଢୁଛ...?
  • ଏପଟେ ଯୋଜନା, ସେପଟେ ଯୋଜନା...! ଦିଅ ନାହିଁ ଆଉ ଟେନ୍‌ସନ୍‌; ଏପଟେ କାର୍ଡ, ସେପଟେ କାର୍ଡ ୨ ପଟୁ ମିଳେ ରାସନ...!
  • ଦୁଇ ନାବରେ ପାଦ ଆମେ ଥାପି ନଦୀ ପାର୍‌ ଟିକେ ହଉଛୁ, ଏପଟ ପାଣିରେ ମୁହଁ ଆମେ ଧୋଇ, ସେପଟର ପାଣି ପିଉଛୁ...!
  • ତମେ କାହିଁକି ସହି ଯେ ପାରୁନ; କେଉଁ ମୂଲ୍ୟବାନ ସଂପତ୍ତି ଲୋଭରେ ଆମ ହାତ ଛାଡ଼ିପାରୁନ...?

କୋଟିଆ ଅନ୍ତର୍ଗତ ୨୧ ଗାଁରେ ଅଘୋଷିତ ଦ୍ବୈତ ଶାସନ ଚାଲିଛି। ଡବଲ୍‌ ଫାଇଦା ମିଳୁଥିବାରୁ କୋଟିଆବାସୀ ଓଡ଼ିଶା- ଆନ୍ଧ୍ରପ୍ରଦେଶ ସହ ସମଦୂରତା ରକ୍ଷା କରିଛନ୍ତି। ଯେଉଁଠୁ ଅଧିକ ମିଳିଲା କିଛି ଦିନ ପାଇଁ ସେପଟକୁ ଢଳୁଛନ୍ତି। ଏଥିପାଇଁ ଅଞ୍ଚଳବ‌ାସୀଙ୍କ ଦୁଆର ମୁହଁରେ ଯୋଜନା ନେଇ ପହଞ୍ଚିବାକୁ ଦୁଇ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଏହି ପ୍ରସଂଗକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।

କାର୍ଟୁନ: ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe