ଭୁବନେଶ୍ବର:
-
ରହିଯାଅ ହେ ପୁଲିସ୍ ବାବୁ ! ଆଉ ଦେଖାନା ଛଇ; ତମ ପରିକା କିଏ ସେ ହେବ, କହିବକି ଟିକେ ଭାଇ?
-
ଲୋକଙ୍କୁ ଦେଖେଇ ହଉଛ; ଜୀବନ ଆମର ଚାଲିଗଲା ପରେ ଇଆଡ଼େ ସିଆଡ଼େ ଧାଉଁଛ...!
-
ତମ ବରଦି ତଳେ ହୃଦୟ ନାହିଁ, ନାରୀ ଦୁଃଖ କାଇଁ ବୁଝିବ? ନିଜ ଖାତିର ବଢ଼େଇବାକୁ ମିଛଟାରେ ଯାହା କାନ୍ଦିବ।
-
ତମ କୁମ୍ଭୀର କାନ୍ଦଣା ଦେଖିକି; ମନ ମୋ କହୁଛି ମରତକୁ ଫେରି ଆସନ୍ତି ବହେ ଛେଚିକି।
-
ଶୋଉଛ ତ ଭଲ ବାଗରେ; ଝିଅଟିଏ ଜଳି ମରିଗଲା ପରେ ଧାଉଁଛ ସଭିଙ୍କ ଆଗରେ।
-
ଯିମିତି, ସବୁ ଦବ ଓଲଟେଇ ...! ତମ ରୋଗ ଆଉ ଅଛପା ଅଛି କି, ତମକୁ ବିଶ୍ବାସ ନାହିଁ।
-
ନାରୀଟିଏ ଯେବେ ନିସହାୟ ହୋଇ ତମ ଦୁଆରକୁ ଯାଉଛି, ତମେ ତଡ଼ିଦିଏ ଏମିତି ତାକୁ; ସତେକି ହଜାରେ ଖାଇଛି।
-
ହେଲେ ସେହି ନାରୀ ଯେବେ ଜଳଇ; କୁମ୍ଭୀର କାନ୍ଦଣା କାନ୍ଦିକି ତମେ ସମସ୍ତଙ୍କୁ ଦିଅ ଭେଳେଇ।
-
ହାତ ଯୋଡ଼ିଣ ନେହୁରା ହେଉ ବନ୍ଦ କର ତମ ନାଟକ; ନାରୀଟିଏ ପାଇଁ ଚବିଶି ପ୍ରହର ବନ୍ଦ ରହୁ ଥାନା ଫାଟକ ...!
-
ନମସ୍କାର, ନମସ୍କାର, ଏଇଠାରୁ କଲି ଜୁହାର; ପାଇବନି ଯଦି ଅସଲ ସତ, କିଣି ନବ ଟିକେ ଜହର।
ରାଜ୍ୟରେ ଜଣେ ପରେ ଜଣେ ମହିଳା ନ୍ୟାୟ ନପାଇ ଜୀବନ ଯୁଦ୍ଧରେ ହାରି ଯାଉଛନ୍ତି। କିଏ ଆତ୍ମହତ୍ୟା କରୁଛି ତ କାହାକୁ ହତ୍ୟା କରାଯାଉଛି। ହେଲେ ସବୁ କିଛି ସରିବା ପରେ ପୁଲିସ୍ ଖାଲି ତଦନ୍ତ କରୁଛି। ଯେଉଁ ତଦନ୍ତର କିଛି ବି ନିଷ୍କ୍ରିୟ ବାହାରି ପାରୁନି। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।/filters:format(webp)/sambad/media/media_files/2025/08/11/untitled-2025-08-11-16-46-56.jpg)
Follow Us