ତମ ବନ୍ଧୁପଣ ଆମକୁ ଜଣା; କୁକୁର ପରିକା ଜମା ଭୁକନା ...!

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପାକିସ୍ତାନକୁ ଭାରତ ବିରୋଧରେ ବ୍ୟବହାର କରି ଆମ ଦେଶକୁ ଧମକ ଦେଇ ଚାଲିଛି। ହେଲେ ଆମ ଦେଶ ଭାରତ ସେ ଧମକକୁ ଟିକେ ବି ଖାତିର୍‌ କରୁନାହିଁ। ତାହାକୁ ନେଇ ଆଜିର କାର୍ଟୁନ। ଦିହକୁ‌ ନେବେନି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପାକିସ୍ତାନକୁ ଭାରତ ବିରୋଧରେ ବ୍ୟବହାର କରି ଆମ ଦେଶକୁ ଧମକ ଦେଇ ଚାଲିଛି। ହେଲେ ଆମ ଦେଶ ଭାରତ ସେ ଧମକକୁ ଟିକେ ବି ଖାତିର୍‌ କରୁନାହିଁ। ତାହାକୁ ନେଇ ଆଜିର କାର୍ଟୁନ। ଦିହକୁ‌ ନେବେନି।

New Project (39)

ଭୁବନେଶ୍ବର:

ଥାଉରେ ଥାଉ ଏତେ ଉତ୍‌ପାତ୍‌ ହୁଅନି ଆଉ, ତମ ବନ୍ଧୁଙ୍କୁ ଭରସା ନାହିଁ;

 ଆଜି ତମର, କାଲି ଆମର ଖୁସି ହୁଅ କାଇଁ ପାଇଁ?

ତମ କାନ୍ଧରେ ବନ୍ଧୁକ ରଖି ଅଜା ମାରୁଛନ୍ତି ଗୁଳି,

ଆମ ବାଣ ଯଦି ବାଜିବ ଦେହେ; ତମେ ଯିବ ସିଧା ଗଳି...!

ଥାଉ ମ ଥାଉ, ମିଛ ଧମକାଣ ଦେଖାନା ଆଉ; ତମ କ୍ଷମତା ଆମକୁ ଜଣା;

ପରବୁଦ୍ଧି ନେଇ ସିଆଣା ହୁଅ, ହେବ ନି‌ଶ୍ଚେ ବାଟବଣା !

ସିଏ ନୁକଟି ନୁହେଁ କାହାର, ଯାହାକୁ ଭରସା କରି;

ଅଯଥା ଡରାଣ ଦେଖାଅ ଆମକୁ, ଆମେ କି ଯାଉଛୁ ଡରି ...?

ସ୍ବାର୍ଥ ସରିଲେ ମାରିବ ନାତ, ବେଳହୁଁ ସତର୍କ ଥାଅ;

ଆତ୍ମସ୍ବାର୍ଥ ଛଡ଼ା ଜାଣେନା କିଛି, ନୁହେଁ ସେ କାହାର ନୁହଁ।

ସୁଧୁରି ଯାଅ, ବେଳ ଥାଉ ଥାଉ ସୁଧୁରି ଯାଅ, ନହେଲ ଦେଖିବ ରୂପ;

ଆମ ମଥାକୁ ଚଢ଼ିଲେ ରାଗ; ଫଟୋରେ ଲାଗିବ ଧୂପ...!

Untitled

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପାକିସ୍ତାନକୁ ଭାରତ ବିରୋଧରେ ବ୍ୟବହାର କରି ଆମ ଦେଶକୁ ଧମକ ଦେଇ ଚାଲିଛି। ହେଲେ ଆମ ଦେଶ ଭାରତ ସେ ଧମକକୁ ଟିକେ ବି ଖାତିର୍‌ କରୁନାହିଁ। ତାହାକୁ ନେଇ ଆଜିର କାର୍ଟୁନ। ଦିହକୁ‌ ନେବେନି।

କାର୍ଟୁନ: ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe