ରହିଯା ରେ...ରହିଯା ରେ...ଟିକେ ଯାଅ ରହି; ପାରୁନିରେ ଆଉ ଜମା, ପାରୁନି ମୁଁ ସହି...

ପ୍ରକୃତିର ତାଣ୍ଡବ ରୂପ ଏଇ କେତେ ଦିନ ମଧ୍ୟରେ ଆମେ ସଭିଏଁ ଦେଖି ସାରିଲେଣି। ଅଧିକାଂଶ ରାଜ୍ୟରେ ଲଗାଣ ବର୍ଷା ଫଳରେ ବନ୍ୟା ଉପୁଜି ଅନେକ ଜୀବନ ଗଲାଣି। କେଉଁଠି ଘର ଭାସୁଛି ତ କେଉଁ ଅଫିସ୍‌ରେ ପାଣି ପଶିଲାଣି। ଖାଲି ସେତିକି ନୁହେଁ ଭୂକମ୍ପ ବି ମାନବଜାତିର ଅନେକ କ୍ଷୟକ୍ଷତି କରି ସାରିଲାଣି।

New Project (40)

ଭୁବନେଶ୍ବର:

ଥରିଲାଣି ଧରାପୃଷ୍ଟ, ଭାସିଲାଣି ଭୂଇଁ;

ଯୁଦ୍ଧ ପରେ ଯୁଦ୍ଧ ଚାଲେ ଶାନ୍ତି ଟିକେ ନାହିଁ।

ମାଆ ମାଆ ବୋଲି ମୋତେ କହିଲେ ବି ଯେତେ

ମାଆର ସୁରକ୍ଷା ପାଇଁ କିଏ ଅବା ଚିନ୍ତେ?

ଦେଶ-ଦେଶ ମଧ୍ୟେ ଯୁଦ୍ଧ ଟପିଲାଣି ସୀମା

କେଉଁଟି ଭୂକମ୍ପ ପୁଣି କେଉଁଠ‌ାରେ ବନ୍ୟା।

ପ୍ରକୃତିର ଯତ୍ନ ଯଦି ନେଇ ନପାରିବ;

ଅତି ଶୀଘ୍ର ମୃତ୍ୟୁ ମୁଖେ ସବୁ ପଶିଯିବ।

ଏମିତି ଅଶାନ୍ତି କରି କେମିତି ରହୁଛି

ମଣିଷ ହେଇ ଏସବୁ କେମିତି ସହୁଛ?

ଧିକ୍‌ରେ ମାନବ;

ଦିନକୁ ଦିନ ସାଜୁଛ ସତେକି ଦାନବ!

ପ୍ରକୃତିର ତାଣ୍ଡବ ରୂପ ଏଇ କେତେ ଦିନ ମଧ୍ୟରେ ଆମେ ସଭିଏଁ ଦେଖି ସାରିଲେଣି। ଅଧିକାଂଶ ରାଜ୍ୟରେ ଲଗାଣ ବର୍ଷା ଫଳରେ ବନ୍ୟା ଉପୁଜି ଅନେକ ଜୀବନ ଗଲାଣି। କେଉଁଠି ଘର ଭାସୁଛି ତ କେଉଁ ଅଫିସ୍‌ରେ ପାଣି ପଶିଲାଣି। ଖାଲି ସେତିକି ନୁହେଁ ଭୂକମ୍ପ ବି ମାନବଜାତିର ଅନେକ କ୍ଷୟକ୍ଷତି କରି ସାରିଲାଣି। ତା’ ଉପରେ ମଧ୍ୟ ରଷ-ୟୁକ୍ରେନ୍‌ ଯୁଦ୍ଧ, ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା, ଆମେରିକା-ରୁଷ ଶତ୍ରୁତା ଆଦି ମଣିଷ ସଂପର୍କକୁ ଦୁର୍ବଳ କରିବାରେ ଲାଗିଛି। ଏହାକୁ ନେଇ ଆମର ଆଜିର କାର୍ଟୁନ। ଦିହକୁ ନେବେନି।

କାର୍ଟୁନ: ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe