ଭୁଷୁଡ଼ିଲାଣି ଆଇନ ଶୃଙ୍ଖଳା ବ୍ୟବସ୍ଥା, ଦୁର୍ବୁଦ୍ଧିରେ ଭର୍ତ୍ତି ମାନସିକତା

Advertisment

ଯେଉଁମାନେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ସବୁ ସୀମା ସରହଦ ଟପିଗଲେଣି | ଜଣଙ୍କୁ ଜାଳିଦେବାର ଓ ପ୍ରମାଣ ଲୁଚାଇବାର ଏତେ ସାହସ ଅପରାଧୀ ପାଉଛନ୍ତି କେଉଁଠୁ? 

ଯେଉଁମାନେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ସବୁ ସୀମା ସରହଦ ଟପିଗଲେଣି | ଜଣଙ୍କୁ ଜାଳିଦେବାର ଓ ପ୍ରମାଣ ଲୁଚାଇବାର ଏତେ ସାହସ ଅପରାଧୀ ପାଉଛନ୍ତି କେଉଁଠୁ? 

532b0a19-8eaf-49c1-970c-113566ac4590

ଭୟ-ଦଣ୍ଡକୁ ଏବେ ଫୁ କରି ଉଡାଇଦେଉଛନ୍ତି ଦୁର୍ବୁଦ୍ଧିରେ ଭର୍ତ୍ତି ମାନସିକତା ଥିବା କିଛି ବ୍ୟକ୍ତି | ଠିକ ସେଥିପାଇଁ ତ ଅପରାଧ କରିବାର ମାନସିକତା ବି ବଢ଼ିବାରେ ଲାଗିଛି | ବଳଙ୍ଗାରେ ଯେଭଳି ଭାବେ ଜଣେ ନାବାଳିକାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇଦିଆଗଲା, ତାହା ହିଁ ପ୍ରମାଣିତ କରୁଛି ଅପରାଧୀଙ୍କ ସାହସ ବଢ଼ିଗଲାଣି | ଯେଉଁମାନେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ସବୁ ସୀମା ସରହଦ ଟପିଗଲେଣି | ଜଣଙ୍କୁ ଜାଳିଦେବାର ଓ ପ୍ରମାଣ ଲୁଚାଇବାର ଏତେ ସାହସ ଅପରାଧୀ ପାଉଛନ୍ତି କେଉଁଠୁ? 

ଉଲ୍ଲେଖ ଥାଉ କି ଗତକାଲି ବଳଙ୍ଗା ଥାନା ବାୟାବର ଗ୍ରାମ ନୂଆଗୋପାଳପୁର ପଡ଼ାର ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ। ଏବେ ନାବାଳିକାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଶରୀରର ୭୦ ରୁ ୭୫ ପ୍ରତିଶତ ପୋଡିଯାଇଛି। ନାବାଳିକାଙ୍କ ମା’ ବଳଙ୍ଗା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ବହି ଦେବାକୁ ବଡ଼ବାପା ଘରକୁ ସକାଳେ ଆସୁଥିବା ସମୟରେ ୩ ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ତାକୁ ଅପହରଣ କରି ତେରହଳ ନିକଟସ୍ଥ ଭାର୍ଗବୀ ନଦୀ ବନ୍ଧ ତଳେ କିରାସିନି ଢାଳି ନିଆଁ ଲଗାଇ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ।

 ଏହି ସମୟରେ ତାଙ୍କ ଝିଅ ଦୁର୍ବୃତ୍ତମାନଙ୍କ କବଳରୁ ଖସି ଆସି ତେରହଳ ଗାଁ ମୁଣ୍ଡରେ ଥିବା ଦୁଃଖୀଶ୍ୟାମ ସେନାପତିଙ୍କ ଘର ପାଖରେ ପହଞ୍ଚିଥିଲେ। ତେରହଳରେ ପହଞ୍ଚିବା ବେଳକୁ ସେ ପିନ୍ଧିଥିବା ପୋଷାକ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଦୁଃଖୀଶ୍ୟାମ ତୁରନ୍ତ ଡ୍ରେସ୍ ପିନ୍ଧାଇବା ସହିତ ପାଣି ପିଇବାକୁ ଦେଇଥିଲେ। ତା’ ଠାରୁ ଘର ଠିକଣା ବୁଝି ପରିବାରକୁ ଖବର ଦେଇଥିଲା। ଖବର ଶୁଣି କିଛି ଗାଁ ଲୋକେ ଲୋକେ ଓ ଘର ଲୋକେ ପହଞ୍ଚିବା ପରେ ସ୍ଥାନୀୟ ବଳଙ୍ଗା ପୁଲିସକୁ ଖବର ଦେ‌ଇଥିଲେ। ନାବାଳିକାକୁ ପ୍ରଥମେ ପିପିଲି ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥିତ ଏମ୍‌ସ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା | ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe