ଭୁବନେଶ୍ବର: ମୁଁ ଇସ୍କୁଲରେ ପଢୁଚି.. ମୁଁ ସରକାରୀ ସ୍କୁଲରେ ପଢୁଚି… ବିନା ଶିକ୍ଷକରେ ଆମ ଇସକୁଲ୍ ସବୁ ଦିନ ଖୋଲା ହେଉଚି.. ବହି ବସ୍ତାନୀ ଆମ ଚୁଲିକୁ ଗଲାଣି, ଭବିଷ୍ୟତ ଅନ୍ଧାର ହେଉଚି.. ମୁଁ ଇସକୁଲରେ ପଢୁଚି.. ମୁଁ ସରକାରୀ ଇସକୁଲରେ ପଢୁଚି…
ଗତ ୪ ବର୍ଷ ତଳେ ଗୋଟେ କୁନି ପିଲାର ବାଇଟ ଭାଇରାଲ ହେଇଥିଲା ଯେଉଁଠି ସେ ମୁଁ ଇସ୍କୁଲରେ ପଢୁଚି.. ଡାଇଲଗ ମାରିଥିଲା । ତାଙ୍କ ସ୍କୁଲ ଘରଠୁ ସ୍ଥାନାନ୍ତର ହେଉଥିବା ନେଇ ପିଲାଟି କ୍ଷୋଭ ପ୍ରକାଶ କରି ମିଡିଆ ଦ୍ବାରା ସରକାରଙ୍କୁ ତାଙ୍କ ସ୍କୁଲ ସ୍ଥାନାନ୍ତର ନକରିବାକୁ ଅନୁରୋଧ କରିବା ଆଳରେ ସେ କିଛି ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ଦେଇଥିଲା । ଯାହା ପରେ ଖୁବ୍ ଭାଇରାଲ ହେବା ସହ ‘ମୁଁ ଇସ୍କୁଲରେ ପଢୁଚି..’ ଡାଇଲଗକୁ ନେଇ ଗୀତ ବି ହୋଇଥିଲା.. ଆଉ ଆଜି ସେହି ପିଲାର କଥା ପୁଣି ଥରେ ଆମ ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ଅବସ୍ଥା, ଆଉ ଆମ ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ମନେପଡିଯାଉଛି ।
/filters:format(webp)/sambad/media/media_files/2025/08/03/whatsapp-2025-08-03-19-11-43.jpeg)
ସତରେ ଆମ ପିଲା ଇସ୍କୁଲରେ ପଢୁଛନ୍ତି
ସରକାରୀ ଇସ୍କୁଲରେ ପଢୁଛନ୍ତି…
ଭବିଷ୍ୟତ ଗଢିବାର ଆଶାରେ ଭଙ୍ଗା ଡଙ୍ଗାରେ ବସିଛନ୍ତି
ବିନା ଶିକ୍ଷକରେ ଚାଲିଛି ଇସକୁଲ
ପିଲା ବହି ବସ୍ତାନୀ ଧରି ଆସୁଛନ୍ତି
ଆମ ପିଲା ଇସକୁଲରେ ପଢୁଛନ୍ତି…
ସରକାରୀ ଇସ୍କୁଲରେ ପଢୁଛନ୍ତି…
ମଧ୍ୟାହ୍ନ ଭୋଜନ ଖାଇ ଦେଇ ପୁଣି ଘରକୁ ଫେରିଯାଉଛନ୍ତି
ପାଠାରେ ଡୋରି ବନ୍ଧା ତ ହେଲାଣି
ଶ୍ରେଣୀ ପରେ ଶ୍ରେଣୀ ଡେଉଁଛନ୍ତି
ଆମ ପିଲା ଇସକୁଲରେ ପଢୁଛନ୍ତି…
ପଛୁଆ ଜିଲ୍ଲାର କଥା ନକହିବା ଭଲ ହେ ଭାଇନା
କହିଲେ କିଏ ଅବା ଏଠି ଶୁଣୁଛନ୍ତି..
ସ୍କୁଉଲ ପିଲା ଆସନ୍ତିନି ବୋଲି ମାଷ୍ଟ୍ରେ ତାଙ୍କ ଘରକୁ ଖାଲି ଧାଉଁଛନ୍ତି
ଗଛ ଲଗାଇବାକୁ ଟାର୍ଗେଟ୍ ମିଳିଛି ବୋଲି
ମାଷ୍ଟ୍ରେ ପିଲାଙ୍କ ଗୋଡତଳେ ପୁଣି ପଡୁଛନ୍ତି..!
ଚାଲରେ ପିଲାଏ ଇସକୁଲ ଚାଲ..
କହିକହି ସାରେ ହାଲିଆ ହେଉଛନ୍ତି..
ଟାର୍ଗେଟ୍ ପୂରଣ ନକରି ପାରିଲେ, ଦରମା ବନ୍ଦର ଧମକ ପାଉଛନ୍ତି…
ପିଲାଏ ଇସକୁଲ ନଆସି ପଦାରେ ଡିଆଁ ମାରୁଛନ୍ତି…
ଆମ ପିଲା ଇସକୁଲରେ ପଢୁଛନ୍ତି…
ସରକାରୀ ଇସ୍କୁଲରେ ପଢୁଛନ୍ତି…
କେବେ ବଦଳିବ ହେ ବ୍ୟବସ୍ଥା ଆମର
ପୂରା ହେବ ମାଷ୍ଟ୍ରେଙ୍କ ପଦବୀ
ଇସୁକୁଲ ଘରେ ଗଢିବେ ଭବିଷ୍ୟ
ସେହି ଦିନକୁ ସମେସ୍ତେ ଚାହିଁଛନ୍ତି
ଆମ ପିଲା ଇସକୁଲରେ ପଢୁଛନ୍ତି…
ସରକାରୀ ଇସ୍କୁଲରେ ପଢୁଛନ୍ତି…
ଅଧିକ ପଢନ୍ତୁ-
ଓଡ଼ିଶାରେ ଘାଣ୍ଟୁଛି ମ୍ୟାଲେରିଆ, ରାଜ୍ୟ ନାମରେ ଅଲୋଡ଼ା ରେକର୍ଡ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/08/03/mun-iskulre-2025-08-03-19-11-05.jpg)