ଯନ୍ତ୍ରୀ ହେ ! ତେମେ ମଣିଷ ନା ମୁଦ୍ରା ରାକ୍ଷସ ? ପାଣି ନପାଇ ଲୋକଙ୍କୁ ଶୋଷ, ତେମେ ଲୁଟୁଅଛ ସର୍ବସ୍ବ...

ଚାକିରି କରିବୁ ପୁଲିସି, ମାଛ ଖାଇବୁ ଇଲିସି ନ୍ୟାୟରେ.. ଚାକିରି ଯଦି ସରକାରୀ, କରିଚାଲ ତୁ ଉପୁରୀ… ଯଦି କରି ନପାରିଲୁ ଉପୁରୀ, ଭାଇ ଲାଭ ନାହିଁ କରି ସରକାରୀ ଚାକିରି… ଜଳ ନାଁରେ ଯାତେରା, କାହାକୁ ଏଠି ଶୋଷ ପୁଣି କିଏ ପିଇଯାଏ ସର୍ବସ୍ବ… ଏ ଯନ୍ତିନିମାନେ ମଣିଷ ନା ଗୋଟେ ଗୋଟେ ଜୀଅନ୍ତା ମୁଦ୍ରା ରାକ୍ଷସ…?

New Project (24)

ଭୁବନେଶ୍ବର: ରାଜ୍ୟରେ ଏବେ ସରକାରୀ ବାବୁମାନେ ମାଲେମାଲ୍ । ଭାଇ ଏମିତି କିଛି ସରକାରୀ ବାବୁ ଅଛନ୍ତି, ସେମାନଙ୍କ ସିନା ସାଲାରୀ କମ୍ ହେଲେ ଉପୁରୀ ଅଧିକ । କୋଠା ଅତି କମରେ ୧୦ରୁ ୧୨, ଟଙ୍କା, ସୁନା ଗହଣା, ବ୍ୟାଙ୍କ ବାଲାନ୍ସ କଥା ନକହିବା ଭଲ । ଭଲା ! ଚାକିରି କରିବୁ ପୁଲିସି, ମାଛ ଖାଇବୁ ଇଲିସି ନ୍ୟାୟରେ.. 

ଚାକିରି ଯଦି ସରକାରୀ, କରିଚାଲ ତୁ ଉପୁରୀ… 
ଯଦି କରି ନପାରିଲୁ ଉପୁରୀ
ଭାଇ ଲାଭ ନାହିଁ କରି ସରକାରୀ ଚାକିରି…

ହଁ ଆଜ୍ଞା ! ସେ ଜଙ୍ଗଲୀ ବାବୁ ହୁଅନ୍ତୁ କି ଜଳ ଯନ୍ତ୍ରୀ- ଜାଲରେ ପଡୁଥିବା କିଛି ଦାଗୀ ବାବୁ ପର ଟଙ୍କାରେ ତୋଳିଛନ୍ତି ଆକାଶଛୁଆଁ ଘର, ଠୁଳ କରିଛନ୍ତି ପୁଳାପୁଳା ସମ୍ପତି । ତାଙ୍କର ଏ କଳା କାରନାମାକୁ ନେଇ ବ୍ୟଙ୍ଗ ବଟିକା- ଦିଅକୁ ନେବେନି…

ଜଙ୍ଗଲ ହେଉ କି ଜଳ ଯନ୍ତିରି
ସରକାରୀ ବାବୁଏ କରନ୍ତି ଉପୁରି
କାହାକୁ ନଥାଏ ତାଙ୍କର ଖାତିରି
ଜଳ ସେଚନ ବିଭାଗରେ ପାଲା ଚାଲିଛି
କାହାର ପାଇପ୍ ସରୁ ହେଉଛି
କାହାର ପୁଣି ମୋଟା ହେଉଛି…
ଲୋକେ ଏଠି ପାଆନ୍ତିନି ଟୋପେ ବି ପାଣି
ଯନ୍ତିନି ନିଅନ୍ତି ମୋଟା ଅଙ୍କର ଟଙ୍କା ଗଣି ଗଣି
ବାଃ ରେ ବ୍ୟବସ୍ଥା ବାଃ
ଜଳ ନାଁରେ ଯାତେରା
କାହାକୁ ଏଠି ଶୋଷ ପୁଣି କିଏ ପିଇଯାଏ ସର୍ବସ୍ବ…
ଏ ଯନ୍ତିନିମାନେ ମଣିଷ ନା 
ଗୋଟେ ଗୋଟେ ଜୀଅନ୍ତା ମୁଦ୍ରା ରାକ୍ଷସ…?

ବାଧିଲା କି ?
ବାଧୁ, ଲାଞ୍ଚ ନେଲା ବେଳେ ତ ବାଧୁ ନଥିଲା ?

କାର୍ଟୁନ- ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe