ଭୁବନେଶ୍ବର: ଜେଜେମା- ଜାଣିଛ ପିଲେ ! ଦିନେ ଏଇ ପୃଥିବୀରେ ହାତୀ ବୋଲି ଗୋଟେ ଜୀବ ଥିଲା.. ସିଏ ଜଙ୍ଗଲରେ ରହୁଥିଲା…
ନାତିନାତୁଣୀ- ଜେଜେମା ! ହାତୀ କେମିତି ଦେଖିବାକୁ, ଜଙ୍ଗଲ କେଉଁଠି ଅଛି… ?
ଜେଜେମା- ହାତୀ ବିରାଟ ବଡ଼ ଯନ୍ତୁଟେ । ତାର ବଡ଼ ବଡ଼ ଗୋଡ଼, ବଡ଼ ବଡ଼ କାନ, ବିରାଟକାୟ ଶରୀର, ଏଡେ ବଡ଼ ଶୁଣ୍ଢଟେ… 
ନାତିନାତୁଣୀ- ସିଏ ଏବେ କାଇଁ…
ଜେଜେମା- ସିଏ ଏବେ ଫଟୋରେ… ସ୍ମୃତିରେ, ଇତିହାସରେ…
ନାତିନାତୁଣୀ- ଆଉ ଜଙ୍ଗଲ…?
ଜେଜେମା- ଏଇ ଯେଉଁ ବଡ଼ ବଡ଼ କୋଠା ଘର ସବୁ ଦେଖୁଛ, ସେଇଠି ଦିନେ ଜଙ୍ଗଲ ଥିଲା…
ନାତିନାତୁଣୀ- ସେସବୁ କୁଆଡେ ଗଲା ?
ଜେଜେମା- ଆମରି ପରି ମଣିଷଙ୍କ ପାଇଁ ହାତୀ ମଲା, ଜଙ୍ଗଲ ବି ମରିଗଲା… ଛାଡ ସେସବୁ କଥା… ମରମ କଥା କହିଲେ ଏବେ ମଣିଷକୁ ବାଧିକ… ଆମେ ହିଁ ତ ଜଣେ ଜଣେ ଏ ସମାଜର କଂସ… ଯେଉଁମାନଙ୍କ ପାଇଁ ବୁଡ଼ିଲା ହାତୀର ବଂଶ, ହଜିଗଲା ପରିବେଶ…

Advertisment

ଆଜ୍ଞା ! ଆହୁରି ଦୀର୍ଘ ଦଶନ୍ଧି ପରେ ହୁଏତ ଉପରୋକ୍ତ କଥୋପକଥନ ଜେଜେମା ଓ ନାତିନାତୁଣୀ ଭିତରେ ହେଉଥାଇପାରନ୍ତି… କାରଣ ହାତୀଙ୍କ ସୁରକ୍ଷା ଏବଂ ହାତୀବଂଶର ବୃଦ୍ଧି ପାଇଁ ଯଦି ଆମେ ଏବେଠୁ ସଜାଗ ନହେବା ତେବେ କହି ହେଉନି, ଡାଇନେସୋର ପରି ହାତୀ ମଧ୍ଯ ଦିନେ ଏ ଦୁନିଆରୁ ହଜିଯାଇଥିବ । ହାତୀ ଏକ ବିଲୁପ୍ତ ଜୀବର ଆଖ୍ୟା ପାଇଥିବ ଆଉ ହାତୀର ଫଟୋ ଦେଖାଇ ତାର ଇତିହାସ କୁହାଯାଉଥିବ । 

WhatsApp Image 2025-08-12 at 17.42.24

ଜଙ୍ଗଲରେ ହାତୀକୁ ନେଇ ସବୁବେଳେ ହରକତର ଖବର ଆସୁଛି । ଗୋଟେ ପଟେ ଜଙ୍ଗଲ କାଟି କଳକାରଖାନା କରାଯାଉଥିବାରୁ ଜଙ୍ଗଲ ଜନ୍ତୁ ଜନବସତି ମୁହାଁ ହେଉନ୍ତି । ଅନ୍ୟପଟେ ହାତୀ ଦାନ୍ତ ପାଇଁ ବଢୁଛି ହାତୀ ଶିକାର । ଶିକାରୀମାନେ ଜଙ୍ଗଲରେ ବେଧଡକ ଶିକାର କରୁଥିବା ବେଳେ ଜଙ୍ଗଲ ବିଭାଗର ହୁଗୁଳାମି ପାଇଁ ଅନେକ ହାତୀଙ୍କ ମୃତ୍ୟୁ ଏବଂ ଜୀବନ ଯାଉଛି । ଯାହା ଫଳରେ ହାତୀ ସଂଖ୍ୟା କମୁଛି… ବିଶ୍ବ ହସ୍ତୀ ଦିବସରେ ହାତୀ ସୁରକ୍ଷା ପାଇଁ ବଡ଼ ବଡ଼ ଭାଷଣ ଶୁଣିବାକୁ ମିଳେ- ହାତୀଙ୍କ ବଂଶ ରକ୍ଷା ଏବଂ ସେମାନଙ୍କ ସୁରକ୍ଷା ପାଇଁ ବଡ଼ ବଡ଼ ଯୋଜନା ହୁଏ.. ମାତ୍ର ରାତି ପାହିଲେ ମରନ୍ତି ହାତୀ… ଏମିତି ଯଦି ଚାଲିବ ତେବେ ହାତୀ ବଂଶର ହେବ ଇତିଆସନ୍ତୁ ମିଳିମିଶି ହାତୀଙ୍କୁ ସୁରକ୍ଷା ଦେବା । 

ଅଧିକ ପଢନ୍ତୁ-

ପୁଲିସ୍‌ବାବୁ ହେ ଜୁହାର ! ପାଇବନି ଯଦି ଅସଲ ସତ, କିଣିନବ ଟିକେ ଜହର

କାର୍ଟୁନ- ଦେବାଶିଷ