ସୁରକ୍ଷା ମାଗୁଛି ଭଉଣୀ: କହୁଛି- ଭାଇ ! କଥା ଦେ ମଥା ଛୁଇଁ… ମହିଳାଙ୍କୁ କେବେ ଅସମ୍ମାନ କରିବୁ ନାହିଁ…

ସୁନାରୁପା ଗଉଣି, କ୍ଷୀର ସର ଲହୁଣି.. ରାଗ ଛାଡି ମୋ ହାତରେ ବାନ୍ଧିଦେ ସୁନା ରାଖୀ ସୁନା ଭଉଣୀ… ରାଖୀ ବାନ୍ଧି ଆଉ ପାଉଣା ମାଗୁନି ଭଉଣୀ । ପାଉଣା ବଦଳରେ ସୁରକ୍ଷା ମାଗୁଛି । ଖାଲି ନିଜ ଭଉଣୀ ନୁହେଁ ଦୁନିଆର ସବୁ ଭଉଣୀଙ୍କ ସୁରକ୍ଷା ସହ ମହିଳାଙ୍କ ସମ୍ମାନ ପାଇଁ ଭାଇକୁ ରାଣ ଖାଇବାକୁ କହୁଛି… 

New Project (24)

ଭୁବନେଶ୍ବର: ସୁନାରୁପା ଗଉଣି, କ୍ଷୀର ସର ଲହୁଣି.. ରାଗ ଛାଡି ମୋ ହାତରେ ବାନ୍ଧିଦେ ସୁନା ରାଖୀ ସୁନା ଭଉଣୀ… ରାକ୍ଷୀ ପୂର୍ଣ୍ଣିମା ଆସିଲେ ଆପଣ ଏବେ ଗୀତ ଶୁଣିଥିବେ । ଭଉଣୀମାନେ ରାଖୀ ବାନ୍ଧିଲା ବେଳେ ଏ ଗୀତ ବାଜୁଥିବ କିମ୍ବା ରିଲ୍ସରେ ରାଖୀ ବନ୍ଧା ଫଟୋ ସହ ଏ ଗୀତ ଲାଗିଥିବ… ରାଖୀରେ ଭାଇ ହାତରେ ଭଉଣୀ ରାଖୀ ବାନ୍ଧେ, ଫୁଲ ଚନ୍ଦନ ଦେଇ ପୂଜା କରେ, ମିଠା ଖୁଆଇ ମୁଣ୍ଡିଆ ମାରେ.. ଆଉ ଭାଇଠୁ ପାଉଣା ମାଗେ । ଭାଇ ସଙ୍ଗେ ସଙ୍ଗେ ତା ହାତରେ ଉପହାର କିମ୍ବା ଟଙ୍କା ଧରେଇ ଦିଏ । ଭଉଣୀ ଖୁସି ହେଇ ଭାଇକୁ କୁଣ୍ଢେଇ ପକାଏ ।

528041978_1190737203081888_7639361533920865808_n

ହେଲେ ଏବେ କିନ୍ତୁ ପାଉଣା ମାଗୁନି ଭଉଣୀ… ଆଜିକାଲିର ଘଟଣା ଶୁଣି ଶୁଣି ଅତିଷ୍ଠ ହୋଇପଡ଼ିଥିବା ଭଉଣୀ ରୁଷିଛି, ଅଭିମାନ କରିଛି… ଆଉ ପାଉଣା କି ଉପହାର ବଦଳରେ ସୁରକ୍ଷା ମାଗୁଛି । ତାକୁ ବିପଦରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ମାଗୁଛି । ଖାଲି ନିଜ ଭଉଣୀ ନୁହେଁ ଦୁନିଆର ସବୁ ଭଉଣୀଙ୍କ ସୁରକ୍ଷା ସହ ମହିଳାଙ୍କ ସମ୍ମାନ ପାଇଁ ଭାଇକୁ ରାଣ ଖାଇବାକୁ କହୁଛି… 

WhatsApp Image 2025-08-09 at 12.37.12

ଆଜିକାଲି ଟିଭି ଖୋଲିଦେଲେ ନାରୀଙ୍କୁ ନେଇ ଅପରାଧର ଖବର । ସମ୍ବାଦପତ୍ରର ପୃଷ୍ଠା ଓଲଟାଇଦେଲେ ହତ୍ୟା, ଦୁଷ୍କର୍ମ, ଦୁର୍ବ୍ୟବହାର, ଅଶ୍ଳୀଳ ଇଙ୍ଗିତ, ନିର୍ଯାତନା ଭଳି ନାରୀଙ୍କୁ ନେଇ ନାନା ଖବର । ଧିରେଧିରେ ସମାଜର ଗତି ନିମ୍ନଗାମୀ ହେଲାଣି.. କିଛି ଅସାମାଜିକ ଲୋକଙ୍କ ଆଖିର ଆକ୍ରମଣରେ ରାସ୍ତାରେ ଯାଉଥିବା ହଜାର ହଜାର ଭଉଣୀ ନିଇତି ଝୁଣ୍ଟୁଛନ୍ତି । କାହା କମେଣ୍ଟରେ ଭଉଣୀଟିଏ ଏଠି ଆଘାତ ପାଉଛି । ପ୍ରେମ ତ ପ୍ରେମ, ପ୍ରେମ ନାଁରେ ଭଉଣୀଟିଏ ପ୍ରତାରିତ ହେଇ ନିଆଁରେ ନିଜକୁ ଜାଳି ଦେଉଛି, କେଉଁଠି ପୁଣି ବ୍ଲାକମେଲିଂର ଶିକାର ହେଉଛି…

ଆଉ ଏତିକି ବେଳେ ସମୟ ଆସିଛି
ଦୁନିଆର ସବୁ ଭାଇଙ୍କୁ ରାଖୀର ମୂଲ ଦେବାର
ରାଖୀର ମାନ ରକ୍ଷା କରିବାର…
ଖାଲି ନିଜ ଭଉଣୀ ନୁହେଁ ଭାରତ ମାତାର ସବୁ ଭଉଣୀଙ୍କୁ ସୁରକ୍ଷା ଦେବାର
ନିଜ ଘରର ମହିଳାଙ୍କୁ ଯେମିତି ସମ୍ମାନ ଦେଉଛେ
ଅନ୍ୟ ମହିଳାଙ୍କୁ ମଧ୍ଯ ସେତିକି ସମ୍ମାନ ଦେବାର ସମୟ ଆସିଛି
ଏ ରାଖୀ ଆଜି ରାଣ ପକେଇଛି
ଆସନ୍ତୁ ରାଖୀର ରାଣକୁ ପଣରେ ବଦଳାଇବା…
ନହେଲେ ନାରୀଙ୍କୁ ନେଇ ଆଉ ଉଭଣୀଙ୍କୁ ନେଇ ଏମିତି ନିଇତି ଅପରାଧର ଖବର ଆସୁଥିବ…

କାର୍ଟୁନ- ଦେବାଶିଷ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe