'ପରିବା ପାଇଁ ନାହିଁ ଟଙ୍କା, ଚିକେନ ପାଇଁ ମନରେ ଶଙ୍କା'

Advertisment

ଗୋଟିଏ ପଟେ ପରିବାର ମୂଲ୍ୟ ପକେଟକୁ ଫାଙ୍କା କରିଦେଉଥିବାବେଳେ ବିକଳ୍ପ ଭାବେ ଆମିଷ ଖାଇବାକୁ ବିଚାର କରୁଥିବା ଖାଉଟିଙ୍କ ପାଇଁ ବାର୍ଡ଼ ଫ୍ଲୁର ଡର ଏବେ ଘାଣ୍ଟୁଛି | ମଧ୍ୟବିତ ଘରର ପରିବା ଓ ଆମିଷକୁ ନେଇ ଟେନ୍ସନ କେତେ ଅଛି ତାହା, ଆମେ କାର୍ଟୁନ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛୁ।

ଗୋଟିଏ ପଟେ ପରିବାର ମୂଲ୍ୟ ପକେଟକୁ ଫାଙ୍କା କରିଦେଉଥିବାବେଳେ ବିକଳ୍ପ ଭାବେ ଆମିଷ ଖାଇବାକୁ ବିଚାର କରୁଥିବା ଖାଉଟିଙ୍କ ପାଇଁ ବାର୍ଡ଼ ଫ୍ଲୁର ଡର ଏବେ ଘାଣ୍ଟୁଛି | ମଧ୍ୟବିତ ଘରର ପରିବା ଓ ଆମିଷକୁ ନେଇ ଟେନ୍ସନ କେତେ ଅଛି ତାହା, ଆମେ କାର୍ଟୁନ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛୁ।

New Project (11)

'ହେଇଟି ଶୁଣୁଛ, ଆଜି କଣ ରୋଷେଇ କରୁଛ ମ' ପତ୍ନୀଙ୍କୁ ପଚାରିଲେ ବିଧୁ ବାବୁ | ପତ୍ନୀ କହିଲେ ଛେନାଗୁଡ କରିବି ନା, ହଇହୋ ତମେ ତ ପରିବା ରେଟ ଶୁଣି ଖାଲି ବ୍ୟାଗ ନେଇ ହାଟରୁ ଫେରିଆସିଲ, କହିଲ ହାତ ମାରିହେଉନି, ସୋୟାବିନ ବଡି ଖାଇ ଚଳାଇଦେବା, ଆଉ ଏବେ କଣ କରିବି କହିଲ | ବିଧୁ ବାବୁ ଡେରି କାଇଁ ବା କରିବେ, ଚଟାପଟ କହିଲେ ହଇହୋ ପରିବା ନାହିଁ ତ ନଥାଉ, ଯାଉଛି ଟିକେ ଚିକେନ ଆଣିବି | ଆଜି ତ ବାର ବି ଅଛି ତା ସାଙ୍ଗକୁ ଏ କୋହଲା ପାଗକୁ ଚିକେନ ଟିକେ କଷିଦେବ, ଗରମ ଭାତକୁ ଚିକେନ କଷା, ଓଃ କି ମଜା ଆସିବ | ରୋଷେଇଘରୁ ପତ୍ନୀଙ୍କ ସ୍ୱର ଶୁଭିଲା,'ହେଇମ ଦିପୁ ବାପା ତମେ କଣ ନିଉଜୁ ଦେଖୁନ କି, ଏବେ ପରା କଣ ଗୋଟେ ବାର୍ଡ଼ ଫୁଲ ଆସିଛି | ଗୋରା ତକତକ କୁକୁଡ଼ାଗୁଡାକ ମରିଯାଉଛନ୍ତି | ଆଉ ଜାଣିଛ ସେଗୁଡା ଖାଇଲେ ତମକୁ ବି କୁଆଡେ ବାର୍ଡ଼ ଫୁଲ ହେବ | ଏତିକି ଶୁଣି ବିଧୁ ବାବୁ ଆଉ କଣ ବା କହିବେ, ଏତିକି କହିଲେ ହଉ ଆଜି ବି ସୋୟାବିନ କର' |

ଉପରୋକ୍ତ କଥାଟି ଏବେ ପ୍ରାୟ ଘରେ ଦେଖିବାକୁ ମିଳୁଛି | ଗୋଟିଏ ପଟେ ପରିବାର ମୂଲ୍ୟ ପକେଟକୁ ଫାଙ୍କା କରିଦେଉଥିବାବେଳେ ବିକଳ୍ପ ଭାବେ ଆମିଷ ଖାଇବାକୁ ବିଚାର କରୁଥିବା ଖାଉଟିଙ୍କ ପାଇଁ ବାର୍ଡ଼ ଫ୍ଲୁର ଡର ଏବେ ଘାଣ୍ଟୁଛି | ବିଶେଷ କରି ବର୍ଷାଦିନେ ମାଛ ଖାଇବାକୁ ବିଶେଷଜ୍ଞ ମନା କରୁଥିବାବେଳେ ଚିକେନ ଖାଇବେ କେମିତି? ଆଉ ମଟନର ଯାହା ମୂଲ୍ୟ ମାସକରେ ଥରେ କି ଦିଥର ଖାଇବା ବଡ କଥା | ବର୍ଷାଦିନେ ପରିବା ସଙ୍କଟ ସାଙ୍ଗକୁ ଯୋଗାଣରେ ସମସ୍ୟା, ସେପଟେ 'କୁକୁଡ଼ା ମଡ଼କ' 'ପୋତାହେଲେ ୨୦୦ କୁକୁଡ଼ା' ଭଳି ଶୀର୍ଷକ ପଢି ଖାଉଟି ଏବେ ଟେନ୍ସନରେ ପଡିଯାଇଛନ୍ତି | 

(ବି.ଦ୍ର: ମଧ୍ୟବିତ ଘରର ପରିବା ଓ ଆମିଷକୁ ନେଇ ଟେନ୍ସନ କେତେ ଅଛି ତାହା, ଆମେ କାର୍ଟୁନ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛୁ। ଦିହକୁ ନେବେନି)

କାର୍ଟୁନ: ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe