ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି

ଜାତୀୟ ଗଣତନ୍ତ୍ରିକ ମେଣ୍ଟ (ଏନଡିଏ) ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ଖାଲିଥିଲା । 

er

ନୂଆଦିଲ୍ଲୀ : ଜାତୀୟ ଗଣତନ୍ତ୍ରିକ ମେଣ୍ଟ (ଏନଡିଏ) ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ଖାଲିଥିଲା । 

ଆଜି ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ରାଧାକ୍ରିଷ୍ଣନଙ୍କୁ ୪୫୨ଟି ଓ ବିପକ୍ଷ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଜଷ୍ଟିସ ସୁଦର୍ଶନ ରେଡ୍ଡିଙ୍କୁ ୩୦୦ଟି ପ୍ରଥମ ପସନ୍ଦ ଭୋଟ ମିଳିଥିଲା । ଭୋଟ ଗଣତି ପରେ ରାଜ୍ୟସଭାରେ ମହାସଚିବ ପିସି ମୋଦୀ ଫଳାଫଳ ଘୋଷଣା କରିଥିଲେ । 

ଶ୍ରୀ ପିସି ମୋଦୀଙ୍କ ସୂଚନା ଅନିସାରେ ଏହି ନିର୍ବାଚନରେ ମୋଟ ୭୮୮ ଜଣ ଭୋଟ ଦେବାକୁ ଅଧିକୃତ ଥିଲେ, ଯେଉଁଥିରୁ ୭୮୧ ଜଣ ଅଂଶଗ୍ରହଣ କରିଥିଲେ। ଭୋଟଦାନ ପ୍ରତିଶତ ଥିଲା ୯୮.୨%। ମୋଟ ୭୬୭ ଭୋଟ ପଡ଼ିଥିଲା, ଯେଉଁଥିରୁ ୭୫୨ ଭୋଟ ବୈଧ ଥିଲା। ସି.ପି. ରାଧାକୃଷ୍ଣନ ୪୫୨ ଭୋଟ ପାଇଥିଲେ ଯେତେବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସୁଦର୍ଶନ ରେଡ୍ଡୀ ୩୦୦ ଭୋଟ ପାଇଥିଲେ। ଫଳରେ ସେ ଏହି ନିର୍ବାଚନରେ ୧୫୨ ଭୋଟ ବ୍ୟବଧାନରେ ଜିତିଥିଲେ।

ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଧାକ୍ରିଷ୍ଣନ ଗତ ବର୍ଷ ଜୁଲାଇ ୩୧ ତାରିଖରେ ମହାରାଷ୍ଟ୍ରର ରାଜ୍ୟପାଳଭାବେ ଶପଥ ନେଇଥିଲେ। ତାପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ସେ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ସଭାପତି ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe