ଚନ୍ଦ୍ରଶେଖରପୁର : ଜଣେ ଯୁବକଙ୍କୁ ୫ଜଣ ଅସାମାଜିକ ଯୁବକ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କାଳନ୍ଦୀ ନାୟକ (୨୦) ଓ ମାୟାଧର ନାୟକ (୨୦)। ଅଭିଯୁକ୍ତମାନେ ପୂର୍ବ ଶତୃତାକୁ କେନ୍ଦ୍ରକରି ରାଜେନ୍ଦ୍ର ବେହେରା ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ଚୋଟ ମାରୁଥିଲେ। ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୨ ଅଭିଯୁକ୍ତଙ୍କୁ କାବୁ କରିଥିଲା। ହେଲେ ଘଟଣାସ୍ଥଳରୁ ଅନ୍ୟ ୩ଜଣ ଫେରାର ହୋଇଯାଇଥିଲେ। ପୁଲିସ୍ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରି ଅନ୍ୟମାନଙ୍କୁ ଖୋଜୁଛି। ଅପରପକ୍ଷରେ ଆହତ ରାଜେନ୍ଦ୍ରଙ୍କୁ ନିକଟ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି।
ଯୁବକଙ୍କୁ ଗୋଡ଼ାଇ ହାଣିଲେ, ୨ଗିରଫ
/sambad/media/post_attachments/wp-content/uploads/2018/10/man-arrested-for-spying.jpg)