୨୦ବର୍ଷର ଯୁବତୀ ବିମାନରେ ଶିଶୁକୁ ଜନ୍ମ ଦେଇ ଶୌଚାଳୟରେ ଫିଙ୍ଗି ଦେଲେ

Advertisment
୨୦ବର୍ଷର ଯୁବତୀ ବିମାନରେ ଶିଶୁକୁ ଜନ୍ମ ଦେଇ ଶୌଚାଳୟରେ ଫିଙ୍ଗି ଦେଲେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଖବର ଶୁଣିବାକୁ ମିଳିଥାଏ। ଏଥିମଧ୍ୟରୁ କିଛି ଖବର ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ। ନିକଟରେ ଜଣେ ଯୁବତୀ ବିମାନରେ ସନ୍ତାନକୁ ଜନ୍ମ ଦେଇ ଶୌଚାଳୟ ଡଷ୍ଟବିନରେ ଫିଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଏହାପରେ ପୁଲିସ ଉକ୍ତ ଯୁବତୀଙ୍କୁ ଗିରଫ କରି ନେଇଛି।

ସୂଚନାଯୋଗ୍ୟ, ମେଡାଗାସ୍କରର ୨୦ବର୍ଷର ଜଣେ ଯୁବତୀ ଏୟାର ମାରିସସର ବିମାନରେ ଯାତ୍ରା କରୁଥିଲେ। ସେ ଜାନୁଆରି ୧ ତାରିଖରେ ସର ସିବୋସାଗୁର ରାମଗୁଲାମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇ ଥିଲେ। ଏହାପରେ ବିମାନ ସଦସ୍ୟଙ୍କୁ ଉକ୍ତ ଯୁବତୀଙ୍କ ସ୍ବଭାବରେ ସନ୍ଦେହ ହୋଇଥିଲା।

ଏୟାରଫୋର୍ସ ଅଫିସର୍ସ ରୁଟିନ କଷ୍ଟମ ଚେକ ସମୟରେ ଶୌଚାଳୟ ଦେଖିବାକୁ ଯାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଶୌଚାଳୟର ଡ‌ଷ୍ଟବିନରେ ନବଜାତ ପଡ଼ିଥିବା ଦେଖିବାକୁ ପାଇଥିଲେ। ଶିଶୁ ଉପରେ ଟଏଲେଟ ପେପର ଗୁଡ଼ାଇ ହୋଇ ରହିଥିବା ସହିତ ସେଥିରେ ରକ୍ତ ଜୁଡୁବୁଡୁ ହୋଇଥିଲା।

ଯେମିତି ହିଁ ଅଧିକାରୀ ନବଜାତକୁ ଦେଖିଥିଲେ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ନବଜାତ ଶିଶୁ ସୁସ୍ଥ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଏହାପରେ ସନ୍ଦେହ ହୋଇଥିବା ଯୁବତୀଙ୍କୁ ପୁଲିସ ଧରି ପଚାରଉଚରା କରିଥିଲା। ସେ ଏହି ଶିଶୁ ବିଷୟରେ କିଛି ଜାଣି ନଥିବା କହିଥିଲେ। କିନ୍ତୁ ମେଡିକାଲ ପରୀକ୍ଷା ପରେ ଶିଶୁ ତାଙ୍କର ବୋଲି ଜଣାପଡ଼ିଥିଲା। ରିପୋର୍ଟ ‌ଲେଖାହେଲା ପର୍ଯ୍ୟନ୍ତ ପୁଲିସ ଉକ୍ତ ଯୁବତୀଙ୍କୁ ବିଚାରବିଭାଗୀୟ ହେପାଜତରେ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe