ଜମି ଦେବା ନାଁରେ କୋଟିଏରୁ ଊର୍ଧ୍ବ ଟଙ୍କା ଠକେଇ, ଜଣେ ଗିରଫ

ଜେଲ୍‌ ଗଲେ ଆତ୍ମଘୋଷିତ ବାବା

otecfmghana.com

ଭୁବନେଶ୍ବର: ଜମି ଦେବା ନାଁରେ ଏକ ବିଲ୍ଡର୍‌ ସଂସ୍ଥାକୁ ଠକିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେ ହେଲେ, ଖଣ୍ଡଗିରି ଥାନା ପାତ୍ରପଡ଼ା ଅଞ୍ଚଳର ଗଣେଶ ବିହାରୀ ଜଗଦେବ(୪୫)। ପୁଲିସ ସୂଚନା ମୁତାବକ, ୨୦୧୬ ମସିହାରେ ସହିଦନଗରରେ ଥିବା ରିଅଲ୍‌ ଡେଭଲପର୍ସ ଆଣ୍ଡ କନ୍‌ଷ୍ଟ୍ରକସନ୍ସ୍ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ବିଲ୍ଡର୍‌ ସଂସ୍ଥାକୁ ପାତ୍ରପଡ଼ାରେ ୪୮୪ ଡେସିମିଲ୍‌ ଜମି ଯୋଗାଇଦେବାକୁ ଗଣେଶ ଓ ତାଙ୍କ ପତ୍ନୀ କହିଥିଲେ। ଜମି ବାବଦକୁ ସଂସ୍ଥାର ନିର୍ଦେଶକ ଅରୁନ୍ଧତୀ ପଟ୍ଟନାୟକଙ୍କଠାରୁ ଗଣେଶ ଏକ କୋଟି ୯୩ ଲକ୍ଷ ଟଙ୍କା ନେଇଥି‌ଲେ। ଇତିମଧ୍ୟରେ ୩ବର୍ଷ ବିତି ଯାଇଥିଲେ ହେଁ ଗଣେଶ ସଂସ୍ଥାକୁ ଜମି ଦେଇନଥିଲେ। ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ। ଏ ସଂପର୍କରେ ଅରୁନ୍ଧତୀ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe