୧୦ କେଜି ଗଞ୍ଜେଇ ଜବତ, ୧ ଗିରଫ

୧୦ କେଜି ଗଞ୍ଜେଇ ଜବତ, ୧ ଗିରଫ

ଖଣ୍ଡଗିରି: ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ଓଗାଳପଡ଼ା ଗଡ଼ସାହି ଅଞ୍ଚଳରୁ ଆଜି ଜଣେ ଚୋରା ଗଞ୍ଜେଇ ବେପାରୀକୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ଯାଁଳା ଓଗାଳପଡ଼ାରେ ରହୁଥିବା ନୟାଗଡ଼ ରାଜସୁନାଖଳାର ବାବାଜୀ ସିଙ୍କ ପୁଅ ପ୍ରକାଶ କୁମାର ସି(୨୫)। ଭୁବନେଶ୍ୱର ଅବକାରୀ ବିଭାଗ କର୍ମଚାରୀମାନେ ତା ନିକଟରୁ ୧୦ କେଜି ଗଞ୍ଜେଇ ଜବତ କରିଛନ୍ତି। ଜାମିନ୍‌ ନାମଞ୍ଜୁର ହେବାରୁ ପ୍ରକାଶକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦୀର୍ଘ ଦିନ ଧରି ସେ ମା ବାଟ ଭୁଆସୁଣୀ ମନ୍ଦିର ପଛପଟେ ଏହି ଚୋରା କାରବାର କରୁଥିଲେ ବି କେହି ଟେର୍‌ ପାଉନଥିଲେ। ବାପା ବାବାଜି ଓ ପୁଅ ପ୍ରକାଶ ସ୍ଥାନୀୟ ମା’ ବାଟ ଭୁଆସୁଣୀ ମନ୍ଦିର ନିକଟରେ ଏକ ସ୍ନାକ୍ସ ଷ୍ଟଲ୍‌ କରିଛନ୍ତି। କିନ୍ତୁ ଭିତରେ ଭିତରେ ଗଞ୍ଜେଇ ବେପାର ଥିଲା ତାଙ୍କ ମୁଖ୍ୟ ବେଉସା। କନ୍ଧମାଳରୁ ଗଞ୍ଜେଇ ମଗାଇ ସେ ରାଜଧାନୀ, ଜଟଣୀ ଓ ଖୋର୍ଧା ଅଞ୍ଚଳରେ କାରବାର କରୁଥିବା ଜଣାପଡ଼ିଛି। କିନ୍ତୁ ସେ ଯାଁଳା ଅଞ୍ଚଳରେ ଏହି କାରବାର କରୁ ନଥିବାରୁ କେହି ତା ବିଷୟରେ ଜାଣିପାରୁ ନଥିଲେ। ଆଜି ଅବକାରୀ ବିଭାଗ ଦ୍ୱାରା ଗିରଫ ହେବା ପରେ ପ୍ରକାଶର ଅସଲ ଚେହେରାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe