ଜୁଆ ଆଡ଼ାରେ ପୁଲିସ ଚଢ଼ଉ, ୧୦ ଗିରଫ

Advertisment
ଜୁଆ ଆଡ଼ାରେ ପୁଲିସ ଚଢ଼ଉ, ୧୦ ଗିରଫ

ପୁରୁଣା ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ବିଜେବିନଗର ପାଣିଟାଙ୍କି ବସ୍ତିରେ ଜୁଆ ଖେଳୁଥିବା ବେଳେ ଆଜି ପୁଲିସ ଅତର୍କିତ ଚଢ଼ଉ କରି ମୁଖ୍ୟ ଆସାମୀ ସମେତ ୧୦ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୭ଟି ମୋବାଇଲ୍‌, ୪,୪୩୦ ଟଙ୍କା ଓ ୩ଟି ତାସ ମୁଠା ଜବତ କରାଯାଇଛି। ଗିରଫ ମୁଖ୍ୟ ଆସାମୀ ଜଣକ ହେଲା ୟୁନିଟ୍‌ ୨ରେ ରହୁଥିବା ଶରତ ମହାପାତ୍ର(୩୨)। ବିଜେବି ନଗର ପାଣିଟାଙ୍କି ବସ୍ତିରେ କେତେକ ଯୁବକ ଜୁଆ ଖେଲୁଥିବା ପୁଲିସ ଖବର ପାଇ ଏପରି ଚଢ଼ଉ କରିଥିଲା। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe