photo by : amarujala.com
ଭୁବନେଶ୍ୱର: କିଛି ଦିନ ହେବ ରସୁଲ୍ଗଡ଼ ବାଇକ୍ ଲୁଟେରାଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଗତ ୧୦ଦିନ ମଧ୍ୟରେ ୧୫ଟି ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପାଇଁ ପୁଲିସର ଦୁର୍ବଳ ପାଟ୍ରୋଲିଂ ବ୍ୟବସ୍ଥାକୁ ଲୋକେ ଦାୟୀ କରିଛନ୍ତି। ଲୋକଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନ ହେବ ଲୁଟେରାମାନେ ରସୁଲଗଡ଼ର ବିଭିନ୍ନ ଅଞ୍ଚଳରୁ ବାଇକ୍ ଚୋରି କରି ନେଉଛନ୍ତି। ବିଳମ୍ବିତ ରାତି ହେଉ କି ଦିନ ଲୁଟେରାମାନେ ନିର୍ଭୟରେ ଗାଡ଼ି ନେଇ ଯାଉଛନ୍ତି। ଯାହାର ଦୃଶ୍ୟ ସିସିଟିଭି ଫୁଟେଜ୍ରେ ରହିଛି। ଏହାର ଫୁଟେଜ୍ ପୁଲିସକୁ ହସ୍ତଗତ କରାଯାଇଛି। ଏହା ସତ୍ତ୍ୱେ ପୁଲିସ ଚୋରକୁ ଧରିବା ବଦଳରେ ନିଜ ମୁଣ୍ଡରୁ ଦୋଷ ହଟାଇ ଦେଉଥିବା ଅଭିଯୋଗ ହେଉଛି। ଏନେଇ ଥାନାରେ ବିଭିନ୍ନ ସମୟରେ ଅଭିଯୋଗ ପରେ ମଧ୍ୟ ପୁଲିସ ଚୁପ୍ ରହିଛି। ସ୍ଥାନୀୟ ଅଞ୍ଚଳର ଜାପାନ ରାଉତରାୟ, ସୁଶାନ୍ତ ପ୍ରଧାନ, ନିରଞ୍ଜନ ରାଉତରାୟ, ସୁଶାନ୍ତ ବେହେରା, ବାପି ବଳିଆରସିଂହ ପ୍ରମୁଖ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ତେବେ ପୁଲିସ ଅଭିଯୋଗ ଗ୍ରହଣ କରିବା ବଦଳରେ ସେମାନଙ୍କୁ ନାଲିଆଖି ଦେଖାଉଥିବା ସେମାନେ କହିଛନ୍ତି। ଏନେଇ ଆଇଆଇସି କେପି ମିଶ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା।
Follow Us