ମାତ୍ର ୩୦ ସେକେଣ୍ଡ୍‌ରେ ବ୍ୟାଙ୍କ୍‌ରୁ ୧୦ ଲକ୍ଷ ଟଙ୍କା ଚୋରାଇ ନେଲା ୧୦ ବର୍ଷର ବାଳକ

Advertisment
ମାତ୍ର ୩୦ ସେକେଣ୍ଡ୍‌ରେ ବ୍ୟାଙ୍କ୍‌ରୁ ୧୦ ଲକ୍ଷ ଟଙ୍କା ଚୋରାଇ ନେଲା ୧୦ ବର୍ଷର ବାଳକ

ଇନ୍ଦୋର: ମଧ୍ୟପ୍ରଦେଶର ନୀମୁଚ ଜିଲ୍ଲା ଅନ୍ତର୍ଗତ ଜୱାଦ୍ ଅଞ୍ଚଳରେ ଗହଳି ଥିବା ସମୟରେ ଜଣେ ୧୦ ବର୍ଷର ବାଳକ ବ୍ୟାଙ୍କ୍ ଭିତରକୁ ଯାଇ ୧୦ ଲକ୍ଷ ଟଙ୍କା ଚୋରାଇ ନେଇଯିବା ଘଟଣାରେ କୌଣସି କର୍ମଚାରୀ କିଂବା ଗ୍ରାହକ ଟେର୍ ପାଉନାହାନ୍ତି।

ସିସିଟିଭି ଫୁଟେଜ୍‌ରେ ଦେଖାଯାଉଛି, ଚିରାକୋତରା ପୋଷାକ ପରିହିତ ସେ ବାଳକ ଦିନ ୧୧ଟାରେ ସମବାୟ ବ୍ୟାଙ୍କ୍‌ ମଧ୍ୟକୁ ପ୍ରବେଶ କରି କ୍ୟାସିୟର୍‌ଙ୍କ କ୍ୟୁବିକ୍ଲ ଭିତରକୁ ଯାଉଛି। କିନ୍ତୁ, ସେ କାଉଣ୍ଟର୍‌ ସାମନାରେ ଧାଡ଼ି ବାନ୍ଧିଥିବା ଗ୍ରାହକମାନେ ସେମାନଙ୍କ ଆଗରେ ହେଉଥିବା ଚୋରି ଘଟଣା ବିଷୟରେ କିଛି ଜାଣି ପାରୁନାହାନ୍ତି। କାରଣ ସାନ ବାଳକଟିକୁ କାଉଣ୍ଟର୍‌ରେ ଥିବା ଡେସ୍କ୍‌ ଆଢୁଆଳ କରି ରଖିଥିଲା।

publive-image

ପିଲାଟି ଟଙ୍କା ତାଡ଼ାଗୁଡ଼ିକୁ ଝଟ୍‌ କରି ବ୍ୟାଗ୍ ମଧ୍ୟକୁ ପକାଇ ଦେଇ ନିଃସନ୍ଦେହରେ ବ୍ୟାଙ୍କ୍‌ରୁ ବାହାରି ଆସିଥିଲା। ଏତିକି କାମ କରିବାକୁ ତାକୁ ମାତ୍ର ୩୦ ସେକେଣ୍ଡ୍‌ ଲାଗିଥିଲା। ବ୍ୟାଙ୍କ୍‌ର ପ୍ରସ୍ଥାନ ଦ୍ବାର ପାଖରେ ପହଞ୍ଚି ସେ ଡିଆଁ ମାରିବା ପରେ ଯାଇ ଆଲାର୍ମ ବାଜିଥିଲା ଓ ବ୍ୟାଙ୍କ୍ ପ୍ରହରୀମାନେ ତା’ ପଛରେ ଗୋଡ଼ାଇ ଯାଇଥିଲେ।

publive-image Image Courtesy of The Times of India

ସିସିଟିଭି ଫୁଟେଜ୍‌ରୁ ପୁଲିସ ଜାଣିପାରିଛି ପିଲାଟିକୁ ଜଣେ ୨୦ ବର୍ଷ ପାଖାପାଖି ବୟସର ଲୋକେ ନିର୍ଦେଶ ଦେଉଥିଲେ। ସେ ଲୋକଟି ବ୍ୟାଙ୍କ୍‌ ମଧ୍ୟରେ ପ୍ରାୟ ୩୦ ମିନିଟ୍ ଧରି ବୁଲାଚଲା କରୁଥିଲେ। କ୍ୟାସିୟର୍ କାଉଣ୍ଟର୍‌ରୁ ଉଠି ଅନ୍ୟ ଏକ ପ୍ରକୋଷ୍ଠକୁ ଯିବାକ୍ଷଣି ସେ ବାହାରେ ଥିବା ପିଲାଟିକୁ ଠାରି ଦେଇଥିଲେ। ସେ ତୀର ବେଗରେ ବ୍ୟାଙ୍କ୍‌ ଭିତରକୁ ପଶିଆସି କାଉଣ୍ଟର୍‌ରେ ରଖାଯାଇଥିବା ଦୁଇଟି ୫୦୦ ଟଙ୍କିଆ ନୋଟ୍ ତାଡ଼ା ଉଠାଇ ନେଇ ପଳାଇଥିଲା।

ଫୁଟେଜ୍‌ରୁ ଜଣାପଡ଼ିଛି ସେ ପିଲା ଓ ଯୁବକ ଭିନ୍ନ ଭିନ୍ନ ଦିଗରେ ଦୌଡ଼ି ଚାଲିଯାଇଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe