ଅପହରଣ ଅଭିଯୋଗରେ ୨୪ ବର୍ଷିଅ ଯୁବକ ଗିରଫ

Advertisment
ଅପହରଣ ଅଭିଯୋଗରେ ୨୪ ବର୍ଷିଅ ଯୁବକ ଗିରଫ

ହାଇଦ୍ରାବାଦ: ହାଇଦ୍ରାବଦର ଜଣେ ୨୪ ବର୍ଷିଅ ଛାତ୍ର ଜଣେ ୧୦ ବର୍ଷିଅ ଶିଶୁକୁ ୧୦ ଳକ୍ଷ ଟଙ୍କା ପାଇଁ ଅପହରଣ କରିଥିବା ଅଭିଯୋଗରେ ଉକ୍ତ ଯୁବକଙ୍କୁ ଶନିବାର ହାଇଦ୍ରାବାଦ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ବଲେ ସୋମାଶେଖର ରାଓ। ସେ ଜେ ଜେ ନଗରର ଛାତ୍ର।

ସୂଚନାଯୋଗ୍ୟ, ଷଷ୍ଠ ଶ୍ରେଣୀର ପଢୁଥିବା ଅପହୃତ ବାଳକ ମାଲାରେଡ୍ଡି ନଗରରୁ ନିଜ ଟିଉସନ୍‌ରୁ ନ ଫେରିବାରୁ ପିଲାଟିର ବାପା ସଂଧ୍ୟା ୭ଟାରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ତା’ପରେ ତାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ଅପହୃତ ବାଳକର ବାପା ଯଦି ୧୦ ଲକ୍ଷ ଟଙ୍କା ନ ଦିଅନ୍ତି ତେବେ ସେ ତାଙ୍କ ପୁଅକୁ ଫେରି ପାଇବେନି ବୋଲି ଅପହରଣକାରୀ ଧମକ ଦେଇଥଲା।

ପୁଲିସ୍‌ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାରେ ସମର୍ଥ ହୋଇଛି। ପୁଲିସ୍‌ ହାତରେ ଧରାପଡ଼ିବା ପରେ ଅଭିଯୁକ୍ତ ଜଣକ ପୁଲିସ୍‌ ସମ୍ମୁଖରେ ନଜ ଦେଷ ସ୍ୱୀକାର କରିଛି। ସେ ସରସ୍ୱତୀ ନଗରଠାରୁ ପିଲାଟିକୁ ଅପହରଣ କରି ଏକ କାର୍‌( TS 08 EA 1602)ରେ ରଖିଥିଲେ। ଅଭିଯୁକ୍ତ ପିଲାଟିର ବାପାଙ୍କ ନମ୍ବର ପାଇଯିବା ପରେ ସେ ଫୋନ୍‌ କରି ଅର୍ଥ ଦାବି କରିଥିଲା। ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି ହେପାଜତରେ ରଖିଛି। ତାଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe