୧୫ ବର୍ଷୀୟା ନାବାଳିକାକୁ ଯୌନ ଶୋଷଣ ଅଭିଯୋଗରେ ୧୦୨ ବର୍ଷୀୟ ବୃଦ୍ଧଙ୍କୁ ୧୫ ବର୍ଷ ଦଣ୍ଡାଦେଶ

Advertisment
୧୫ ବର୍ଷୀୟା ନାବାଳିକାକୁ ଯୌନ ଶୋଷଣ ଅଭିଯୋଗରେ ୧୦୨ ବର୍ଷୀୟ ବୃଦ୍ଧଙ୍କୁ ୧୫ ବର୍ଷ ଦଣ୍ଡାଦେଶ

www.aajtak.in

ଚେନ୍ନାଇ: ତାମିଲନାଡୁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ତାମିଲନାଡୁର ତିରୁବଲୁରରେ ନାନାଳିକାକୁ ଯୌନ ଶୋଷଣ କରିବା ଅଭିଯୋଗରେ ଜଣେ ୧୦୨ ବର୍ଷର ବୃଦ୍ଧଙ୍କୁ ୧୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଘଟଣାଟି ୪ ବର୍ଷ ତଳର ପୁରୁଣା ଓ ଅଦାଲତ ଏହାର ବିଚାର କରି ବୃଦ୍ଧ ପର୍ଶୁରାମକୁ ନିକଟରେ ଦଣ୍ଡାଦେଶ ଦେଇଛି।

ଅଦାଲତ ଘଟଣାର ବିଚାର କରି ଦୋଷୀକୁ ୧୦ ବର୍ଷର କଠୋର ଦଣ୍ଡ ଓ ୫ ବର୍ଷ ସାଧାରଣ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାଟି ହେଉଛି ୨୦୧୮ ମସିହାର। ସେ ସମୟରେ ତିରୁବଲୁର ମହିଳା ଅଦାଲତରେ ଏକ ମାମଲା ରୁଜୁ ହୋଇଥିଲା। ମହିଳା କୋର୍ଟରେ ଦୋଷୀଙ୍କୁ ୪୫ ହଜାର ଟଙ୍କା ଓ ଜରିମାନା ଆକାରରେ ୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଥିଲା।

ବୟସ୍କ ଲୋକମାନେ ନାବାଳିକାଙ୍କୁ ଯୌନ ଶୋଷଣ କରିବା ଘଟଣା କିଛି ନୂଆ ନୁହେଁ। ୟା ପୂର୍ବରୁ ଦିଲ୍ଲୀର ୬୦ ବର୍ଷର ଜଣେ ଅବସରପ୍ରାପ୍ତ ଅଧିକାରୀ ୧୭ ବର୍ଷୀୟା ନାବାଳିକାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା। ଘଟଣାଟି ମାର୍ଚ ୮ ତାରିଖର। ନାବାଳିକା ଜଣକ ଅଭିଯୋଗ ଆଣି କହିଥିଲେ ଯେ ଅଭିଯୁକ୍ତ ଅଧିକାରୀ ଜଣକ ତାଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଏକ ହୋଟେଲକୁ ଡାକି ତାଙ୍କ ସହ ଅମାନୁଷିକ କାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe