ସ୍କୁଲ୍‌ ପଡ଼ିଆରେ ୧୦ମ ଶ୍ରେଣୀ ଛାତ୍ରଙ୍କ ଛୁରାମାଡରେ ଏକାଦଶ ଶ୍ରେଣୀ ଛାତ୍ର ଗୁରୁତର

Advertisment
ଯୁବକର ଉନ୍ମତ୍ତକାଣ୍ଡ, ଛୁରାମାଡ଼ରେ ୨ ଆହତ

The Frontier Post

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଳ୍ଲୀର ସ୍କୁଲ୍‌ଗୁଡ଼ିକରେ ହିଂସା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର କ୍ରିଷ୍ଣାନଗର ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ଜଣେ ୧୦ମ ଶ୍ରେଣୀ ଛାତ୍ର ଆଉ ଜଣେ ଛାତ୍ରକୁ ଛୁରୀରେ ଆକ୍ରମଣ କରି ଗୁରୁତର କରିଛି। ଗୁରୁବାର ସକାଳେ ସ୍କୁଲ ଖେଳ ପଡ଼ିଆରେ ଏହି ଅଭାବନୀୟ ଘଟଣା ଘଟିଛି।

ପୁଲିସ ସୂଚନା ଅନୁସାରେ, ସ୍କୁଲରେ ପ୍ରାର୍ଥନା ଶେଷ ହେବା ପରେ ୧୦ମ ଶ୍ରେଣୀ ଛାତ୍ର ଜଣକ ତାଙ୍କର ଉପର ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ହଠାତ ଛୁରୀରେ ଆକ୍ରମଣ କରିଥିଲା। ସେ ବାରମ୍ବାର ଛୁରୀରେ ଆଘାତ କରି ଚାଲିଥିଲା। ହଠାତ କେହି କ’ଣ ଘଟୁଛି ଠଉରାଇ ପାରି ନ ଥିଲେ। ଫଳରେ ଏକାଦଶ ଶ୍ରେଣୀ ଛାତ୍ରଙ୍କ ବେକ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

publive-image tribune.com.pk

ଏହାପରେ ଉପସ୍ଥିତ ଛାତ୍ର ଓ ଶିକ୍ଷକମାନେ ଆକ୍ରମଣକାରୀ ଛାତ୍ରଟିକୁ ମାଡି ବସିଥିଲେ ଓ ସ୍କୁଲ୍‌ ପକ୍ଷରୁ ପୁଲିସକୁ ଖବର ଦିଆଯାଇଥିଲା। ତେବେ ପୂର୍ବ ଶତ୍ରୁତା ହେତୁ ଛାତ୍ର ଜଣକ ଏଭଳି ଉନ୍ମତ୍ତ କାଣ୍ଡ ଭିଆଇଥିିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe