୧୧ବର୍ଷର ବାଳକ ୟୁଟ୍ୟୁବ୍ ହ୍ୟାକିଂ ଶିଖି ବାପାଙ୍କୁ ଧମକ ଦେଇ ମାଗିଥିଲା ୧୦କୋଟି ଟଙ୍କା

Advertisment
୧୧ବର୍ଷର ବାଳକ ୟୁଟ୍ୟୁବ୍ ହ୍ୟାକିଂ ଶିଖି ବାପାଙ୍କୁ ଧମକ ଦେଇ ମାଗିଥିଲା ୧୦କୋଟି ଟଙ୍କା

The Mirror

ନୂଆଦିଲ୍ଲୀ: ପଞ୍ଚମ ଶ୍ରେଣୀରେ ପାଠପଢ଼ୁଥିବା ଜଣେ ଛୋଟ ପିଲା ୟୁଟୁବରୁ ହ୍ୟାକିଂ ଶିଖି ନିଜର ବାପାଙ୍କୁ ଫସାଇ ଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗତ ସପ୍ତାହରେ ଉତ୍ତରପ୍ରଦେଶର ଗାଜିଆବାଦର ଜଣେ ବ୍ୟକ୍ତି ଜାନୁଆରି ୧ରେ ହ୍ୟାକିଂର ଶିକାର ହୋଇଥିବା ବେଳେ ଥାନାରେ ଦ୍ବାରସ୍ଥ ହୋଇଥିଲେ। ହ୍ୟାକର ତାଙ୍କ ପରିବାର ଉପରେ ନଜର ରଖୁଥିବା ନେଇ ବ୍ୟକ୍ତିଜଣଙ୍କ ଅଭିଯୋଗ କରିଥିଲେ। ଏହା ସହ ହ୍ୟାକର ତାଙ୍କର ଇମେଲ୍‌ ଆଇଡି ଓ ପାସଓ୍ବାର୍ଡ ହ୍ୟାକ୍‌ କରି ତାଙ୍କ ପାସୱାର୍ଡ ବଦଳାଇ ଦେଇଥିବା ବି ସେ ପୁଲିସରେ ଅଭିଯୋଗ କରିଥିଲେ।

Ghaziabad: 11-year-old child learned hacking from YouTube, demanded ransom of 10 crores from father - The India Print : theindiaprint.com, The Print

କେବଳ ଏତିକି ନୁହେଁ, ହ୍ୟାକର ଧମକପୂର୍ଣ୍ଣ ଇମେଲ୍‌ ପଠାଉଥିବା ବି ପୀଡିତ କହିଥିଲେ। ଏଥିସହ ୧୦ କୋଟି ଟଙ୍କା ନ ଦେଲେ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ କରିବାକୁ ବି ଇମେଲ୍‌ ମାଧ୍ୟମରେ ଧମକ ଆସୁଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ।। ଏହା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

How easy it is to hack your Android phone | Economic Times - YouTube

ପୁଲିସ ଏହି ଘଟଣାକୁ ‌କେନ୍ଦ୍ର କରି ଯାଞ୍ଚ କରି ଜାଣିବାକୁ ପାଇଥିଲା କି, ଯେଉଁ ଆଇପି ଆଡ୍ରେସରେ ଇମେଲ ପଠା ଯାଇଥିଲା, ତାହା ପୀଡିତଙ୍କ ଘରୁ ହିଁ ପଠାଯାଇଥିଲା। ଏହାପରେ ପୁଲିସ ପୀଡିତଙ୍କ ପୁଅକୁ ଏ ସମ୍ପର୍କରେ ପଚରାଉଚରା କରିଥିଲା। ଏଥିରେ ଅଭିଯୋଗକାରୀଙ୍କ ୧୧ ବର୍ଷୀୟ ପୁଅ ଏପରି କରିଥିବା ସ୍ବୀକାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe