ଅବକାରୀ ଚଢ଼ଉ, ୧୨ ଗିରଫ

Advertisment
ଅବକାରୀ ଚଢ଼ଉ, ୧୨ ଗିରଫ

Khyber News

ଭୁବନେଶ୍ବର: ପବିତ୍ର ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅବକାରୀ ବିଭାଗ ତତ୍ପର ହୋଇଉଠିଛି। ଆଜି ବିଭାଗ ପକ୍ଷରୁ ବ୍ୟାପକ ଚଢ଼ଉ କରାଯାଇଛି। ସାଲିଆ ସାହି, କାରଗିଲ ବସ୍ତି, ସିଆରପି ମୁଣ୍ଡା ସାହି, ରାଧାକୃଷ୍ଣ ଲେନ୍‌, କଳ୍ପନା ଅଞ୍ଚଳ‌ରେ ଚଢ଼ଉ କରି ଅବକାରୀ ବିଭାଗ ୬୦ ଲିଟର ବିଦେଶୀ ଓ ୫ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଏହି ବେଆଇନ କାରବାରରେ ସଂପୃକ୍ତ ୧୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଅନ୍ତର୍ଯ୍ୟାମୀ ଜେନା, ମିନା ବାସ୍କେ, ସୀମାଞ୍ଚଳ ବେହେରା, ସୁବାସିନୀ ଓରାମ୍‌, ଖୁଦିରାମ ମୁର୍ମୁ, ମଇନ ଟୁଡ଼ୁ, ପାନା ମୁର୍ମୁ, ଲାଲମୋହନ ଟୁଡ଼ୁ, କ୍ରିଷ୍ଣା ରାଓ, ରାଇମଣୀ ମୁର୍ମୁ, ଗୋଲାପି ସୋରେନ୍‌ ଓ ସୋମବାରୀ ମୁର୍ମୁ। ଅବକାରୀ ବିଭାଗ ପକ୍ଷରୁ ହୃଦାନନ୍ଦ ସାମନ୍ତ, ଅନୀତା ପ୍ରଧାନ, ମଧୁସୂଦନ ସାହୁ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe