ଝାରସୁଗୁଡ଼ା (ତେଜସ୍କର ମହାପାତ୍ର): ଝାରସୁଗୁଡ଼ା ପାଲଟିଛି ମିନି ଜାମତରା। ସମଗ୍ର ଦେଶର ସାଇବର ଠକେଇ ଝାରଖଣ୍ଡର ଜାମତରାରୁ ନିୟନ୍ତ୍ରିତ ହେଉଛି। ଝାରସୁଗୁଡ଼ାରୁ ଜାମତରା, ବିହାର, ରାଜସ୍ଥାନକୁ ଲମ୍ବିଛି ଏହି ସାଇବର ଠକେଇ ଚେର। ଏଭଳି ଏକ ବଡ଼ଧରଣର ରାକେଟର ପର୍ଦାଫାସ କରିଛି ଝାରସୁଗୁଡା ପୁଲିସ। ଏହି ଘଟଣାରେ ୧୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ବିଭିନ୍ନ ବ୍ୟାଙ୍କର ୬୧ରୁ ଅଧିକ ପାସବୁକ, ୪୧ଟି ଏଟିଏମ, ୯୦ଟି ମୋବାଇଲ, ଏକ କାର ଜବତ କରିଛି ପୁଲିସ। ତଦନ୍ତ ଜାରି ରହିଥିବା ବେଳେ ଏହି ମାମଲାରେ ଆହୁରି ଅଧିକ ଲୋକ ଗିରଫ ହୋଇପାରନ୍ତି ବୋଲି କହିଛନ୍ତି ଏସପି ଜି. ଆର. ରାଘବେନ୍ଦ୍ର।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ନାବାଳକ ମଧ୍ୟ ରହିଛନ୍ତି। ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ାର ସୋନୁ ମଣ୍ଡଳ, ଶୁଭମ ପ୍ରସାଦ, ଶିଭମ ସାହୁ, ଅଭୟ ଘୋଷ, ସମୀର ସୁନା, ଏମ ଜଗଦୀଶ୍ଵର ରାଓ, ସମ୍ବଲପୁରର ଯୋଗେଶ୍ୱର ଚାନ୍ଦ, ନରେଶ ବାଗ, ଧୀରଜ ଗରଡିଆ, ରାଉରକେଲାର ଅଭିରାଜ ଶାହ।
ଆହୁରି ପଢ଼ନ୍ତୁ: Bihar: ବୁଧବାର ସକାଳେ ବସିବ ବିଧାୟକ ଦଳ ବୈଠକ, କେବଶ ପ୍ରସାଦ ମୌର୍ଯ୍ୟ ପର୍ଯ୍ୟବେକ୍ଷକ
ଆକାଉଣ୍ଟ ହୋଲ୍ଡରଙ୍କୁ ଟଙ୍କା ଅଫର
ପୁଲିସ ସୂଚନା ଅନୁସାରେ, ବିଭିନ୍ନ ସାଇବର ଠକେଇ ଗ୍ୟାଙ୍ଗ ପାଇଁ ଝାରସୁଗୁଡାରୁ ନିୟନ୍ତ୍ରିତ ହେଉଥିଲେ ଏଜେଣ୍ଟ। ଗେମିଙ୍ଗରୁ ପଇସା ମିଳିବ କହି ସାଧାରଣ ଲୋକଙ୍କ ନାଁମରେ ବ୍ୟାଙ୍କ ପାସ ବୁକ ଖୋଲାଉଥିଲେ। ପ୍ରତିଟି ପାସବୁକ ପାଇଁ ଆକାଉଣ୍ଟ ହୋଲଡରଙ୍କୁ ୫ ହଜାର ଟଙ୍କା, ଏକ ସିମ କାର୍ଡ ଦିଆଯାଉଥିଲା। ଝାରସୁଗୁଡାର ବିଭିନ୍ନ ଲୋକଙ୍କ ପାସବୁକ ବିହାର, ରାଜସ୍ଥାନ, ଝାରଖଣ୍ଡକୁ ବସ ଓ ଟ୍ରେନ ଯୋଗେ ପଠା ଯାଉଥିଲା। ସାଇବର ଠକେଇରୁ ମିଳିଥିବା ଟଙ୍କାକୁ ଝାରସୁଗୁଡାର ବିଭିନ୍ନ ଏଟିଏମରୁ ଉଠାଣ କରାଯିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହୁଥିବା ଆକାଉଣ୍ଟରେ କ୍ୟାସ ଡିପୋଜିଟ କରାଯାଉଥିଲା। ସେଠାରୁ ପୁଣି ଟଙ୍କା ଉଠାଣ କରି ସାଇବର ଲୁଟେରା ନଗଦ ଟଙ୍କା ନିଜ ପାଖକୁ ନେଇଯାଉଥିଲେ ବୋଲି ପୁଲିସ କହିଛି। ଏକ ଚୋରି ମାମଲାରେ ତଦନ୍ତ ବେଳେ ମିଳିଥିବା ସୁରାକ ଆଧାରରେ ପୁଲିସକୁ ଏହି ସଫଳତା ମିଳିଥିବା ଏସପି ଶ୍ରୀ ରାଘବେନ୍ଦ୍ର କହିଛନ୍ତି।
ଆହୁରି ପଢ଼ନ୍ତୁ: Humane Sagar: ଲୁହରେ ଭିଜିଲା ଜନ୍ମମାଟି: ହ୍ୟୁମାନଙ୍କ ଶେଷକୃତ୍ୟରେ ସାମିଲ ହେଲେ ଲକ୍ଷାଧିକ ପ୍ରଶଂସକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/18/jharsuguda-2025-11-18-19-13-20.jpg)