Advertisment

ଆଠ ବର୍ଷୀୟ ବାଳିକା ସହ ଦୁଷ୍କର୍ମ ଉଦ୍ୟମ କରି ୧୨ ବର୍ଷିୟ ବାଳକ ଅଟକ

Advertisment
ଆଠ ବର୍ଷୀୟ ବାଳିକା ସହ ଦୁଷ୍କର୍ମ ଉଦ୍ୟମ କରି ୧୨ ବର୍ଷିୟ ବାଳକ ଅଟକ

Image Courtesy of TOI

ବରେଲି: ଶୁକ୍ରବାର ସନ୍ଧ୍ୟାରେ ବଦାଉନ ଗାଁ’ରେ ଜଣେ ଆଠ ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଜଣେ ୧୨ ବର୍ଷିୟ ବାଳକକୁ ବୁକ୍‌ କରାଯାଇଛି।

ଝିଅର ପରିବାର ଲୋକଙ୍କ କହିବା ଅନୁସାରେ, ଦୁହେଁ ଖେଳୁଥିବା ବେଳେ ସେ ବାଳକ ଝିଅକୁ ଗୋଟାଏ ନିରୋଳା ପଡ଼ିଆକୁ ନେଇ ଯାଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ଝିଅ ଓ ତା’ର ୪ ବର୍ଷିୟ ଭାଇ ଗୋରୁ ପାଇଁ ଆହାର ଆଣିବାକୁ ଯାଇଥିବା ବେଳେ ଉକ୍ତ ବାଳକ ଖେଳିବା ବାହାନାରେ ସେମାନଙ୍କ ନିକଟରେ ପହଞ୍ଚିଥିଲେ। ତା’ପରେ ସେ ଝିଅକୁ ନିରୋଳା ପଡ଼ିଆକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। କିନ୍ତୁ, ଝିଅ ଚିତ୍କାର କରିବାରୁ ସେ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲା।

ଚତୁର୍ଥ ଶ୍ରେଣୀରେ ପଢୁଥିବା ଝିଅ ଘରକୁ ଫେରି କାନ୍ଦି ଥିଲା। ମାଆ ପଚାରିବାରୁ ସେ ସପ୍ତମ ଶ୍ରେଣୀରେ ପଢୁଥିବା ସେ ବାଳକର ଉଦ୍ୟମ କଥା କହିଲା। ତା’ପରେ ୧୦୦ ଡାଏଲ୍‌ କରି ପୁଲି ଡକାଯାଇଥିଲା।

ଝିଅ ପରିବାର କରିଥିବା ଅଭିଯୋଗ ଆଧାରରେ ଏଫ୍‌ଆଇଆର୍‌ ଲଜ୍‌ କରାଯାଇଛି।

ଝିଅଟି ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ନିଜର ବୟାନ ଦେଇ ନ ଥିବାରୁ ଏବଂ ତା’ର ଡାକ୍ତରୀ ରିପୋର୍ଟ ଆସି ନ ଥିବାରୁ ପୁଲିସ ସେ ବାଳକକୁ ଧରି ନାହିଁ।
ଶନିବାର ଦିନ ବାଳିକାର ଡାକ୍ତରୀ ମାଇନା କରାଯାଇଛି। ଡାକ୍ତରୀ ରିପୋର୍ଟ ମିଳିବା ପରେ ରବିବାର ଦିନ ତା’ର ବୟାନ ରେକର୍ଡ କରାଯିବ ବୋଲି ଆଲାପୁର ଥାନାର ଷ୍ଟେସନ ଅଫିସର ଆର୍‌ ପି ଶର୍ମା।

ଉଭୟ ବାଳକ ଓ ବାଳିକା ଦରିଦ୍ର ଶ୍ରେଣୀ ଏବଂ କୁଡ଼ିଆରେ ବାସ କରନ୍ତି। ଝିଅର ବାପା ଦିନ ମଜୁରିଆ ହୋଇଥିବାବେଳେ ପୁଅର ପରିବାର ଚାଷୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe