ପବ୍‌ଜୀ ଖେଳୁଥିବା ହେତୁ ଘର ଲୋକ ଗାଳି କରିବାରୁ ଘର ଛାଡ଼ି ପଳାଇଥିବା ବାଳକର ମୃତଦେହ ଉଦ୍ଧାର

Advertisment
ପବ୍‌ଜୀ ଖେଳୁଥିବା ହେତୁ ଘର ଲୋକ ଗାଳି କରିବାରୁ ଘର ଛାଡ଼ି ପଳାଇଥିବା ବାଳକର ମୃତଦେହ ଉଦ୍ଧାର

Hindustantimes

ଅମ୍ରିତ୍‌ସର: ନଭା ପଟିଆଲା ରୋଡ୍‌ର ବକ୍ରା କେନାଲ୍‌ରୁ ରବିବାର ଜଣେ ୧୨ ବର୍ଷିଅ ବାଳକର ମୃତଦେହ ଉଦ୍ଧାର ହୋଇଛି। ବାଳକ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପବ୍‌ଜୀ ଗେମ୍‌ ଖେଳୁଥିବା ହେତୁ ପରିବାର ଲୋକ ବାଳକଟିକୁ ଗାଳି କରିବାରୁ ସେ ଏପ୍ରିଲ୍‌ ୨୦ ତାରିଖରୁ ଘର ଛାଡ଼ି ପଳାଇ ଯାଇଥିଲେ। ଭରତ ନଗର କଲୋନିରେ ରହୁଥିବା ଏହି ବାଳକଟି ଏକ ବେସରକାରୀ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲା।

ମଡେଲ୍‌ ଟାଉନ୍‌ ପୁଲିସ୍‌ ଷ୍ଟେସନ୍‌ ଇନ୍‌ଚାର୍ଜ ରୋନି ସଂହ ଗଣମଧ୍ୟମରେ ସୂଚନା ଦେଇ କହିଛନ୍ତି କି ଏପ୍ରିଲ୍‌ ୨୦ ତାରିଖ ଅପରାହ୍ନ ୪ଟାରୁ ଘର ଛାଡ଼ିବା ପରଠାରୁ ବାଳକ ଜଣକ କେଉଁଠାରେ ନିଖୋଜ ଥିଲା। ତାହାର କୌଣସି ଖୋଜ୍‌ ଖବର ନଥିଲା।

ଏ ସଂପର୍କରେ ବାଳକର ବାପା କହନ୍ତି କୋଭିଡ୍‌-୧୯ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ବାଳକୁଟି କେଉଁ ଆଡ଼େ ବାହାରକୁ ନଯାଇ ପାରିବାରୁ ନିୟମିତ ଭାଭେ ଘରେ ବସି ପବ୍‌ଜୀ ଖେଳିବା ଆରମ୍ଭ କରିଥିଲା। ସେ ଦିନକୁ ସର୍ବାଧିକ ସମୟ ଏହି ଖେଳରେ ବିତାଉଥିବାର କାରଣରୁ ଘର ଲୋକ ତାଙ୍କୁ ଗାଳି ଦେବାକୁ ସେ ଘର ଛାଡ଼ି ପଳାଇ ଯାଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe