ହରର ଟିଭି ସୋ’ର ନକଲ କରିବା ମହଙ୍ଗା ପଡ଼ିଲା, ଆଖି ଆଗରେ ଚାଲିଗଲା ୧୨ବର୍ଷ ଝିଅର ଜୀବନ 

Advertisment
ଦୁଷ୍କର୍ମ ଉଦ୍ୟମରେ ବିଫଳ‌ ହେବାରୁ ନାବାଳିକାକୁ ହତ୍ୟା

dnaindia.com

ନୂଆଦିଲ୍ଲୀ: ‘ଗେଲ ଖେଳୁ ଖେଳୁ ତେଲ ବାହାରି ଥାଏ’ ବୋଲି କଥା କଥାରେ ଗୁରୁଜନମାନଙ୍କ ମୁହଁରୁ ଆମେ ଅନେକ ଥର ଶୁଣିବାକୁ ପାଇଛୁ। ଏମିତି ଏକ ହୃଦୟବିଦାରକ ଘଟଣା ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଘଟିଛି।

publive-image

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଗତ ସୋମବାର ପରିବାର ଓ ପାଖ ପଡିଶାଘରର ଅନ୍ୟ ପିଲାଙ୍କ ସହ ମିଶି ୧୨ବର୍ଷର ଝିଅ ହରର ସିରିଏଲ୍‌ ଦେଖୁଥିଲା। ଏହି ସରିଏଲ୍‌ର ନକଲ କରି ସେ ତା’ସାଙ୍ଗରେ ବସିଥିବା ଅନ୍ୟ ପିଲାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଥିଲା। ସିରିଏଲ୍‌ରେ ଯେମିତି ଫାଶୀରେ ଝୁଲିବା ଭଳି ସିନ୍‌ ଆସିଲା, ୧୨ବର୍ଷର ଝିଅ ଏହାର ନକଲ କରି ନିଜ  କୋଠରିରେ ଥିବା ଦଉଡ଼ିକୁ ଆଣି ଫାଶୀ ଭଳି ଫାଶ ପକାଇ ସେଥିରେ ନିଜ ମୁଣ୍ଡକୁ ପୂରାଇ ଥିଲା। କିଛି ସମୟ ପରେ ତଳେ ରଖାଯାଇଥିବା ଟେବୁଲ୍‌କୁ ଗୋଡ ମାରି ପକାଇବାର ଉକ୍ତ ସିରିଏଲ୍‌ର ଆଗମୀ ଦୃଶ୍ୟରେ ଥିଲା। ଏହି ଦୃଶ୍ୟ ଯେମିତି ଆରମ୍ଭ ହୋଇଥିଲା ଝିଅଟି ଏହାର ବି ନକଲ କରିବାକୁ ଯାଇ ତଳେ ରଖାଯାଇଥିବା ଟେବୁଲ୍‌କୁ ଗୋଡ ମାରି ଦେଇଥିଲା।

publive-image

ଫଳରେ ଦଉଡ଼ିର ଫାଶ ଝିଅର ଗଳାରେ ଫଶି ଯାଇଥିଲା। କୋଠରିରେ ବସିଥିବା ଅନ୍ୟ ପିଲାମାନେ ବୟସରେ ସାନ ଥିବାରୁ ସେମାନେ କ’ଣ ହେଉଛି ସେସବୁ କିଛି ବୁଛି ପାରି ନଥିଲେ। ଏହି ଦୃଶ୍ୟ ଦେଖି ପିଲା ପାଟି କରିବାକୁ ଲାଗିଥିଲେ। ପିଲାଙ୍କ ପାଟି ଶୁଣି ପରିବାର ଲୋକ ଧାଇଁ ଆସିଥିଲେ। ଝିଅକୁ ଘଟଣାସ୍ଥଳରୁ ଉଦ୍ଧାର କରି ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରିବାକୁ ନେବା ସମୟରେ ବାଟରେ ଝିଅର ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଡାକ୍ତର ଝିଅକୁ ଦେଖିବା ପରେ ଗଳା ହାଡ ଭାଙ୍ଗି ଯିବା ହେତୁ ମୃତ୍ୟୁ ହୋଇଥିବା କଥା କହିଥିଲେ। ପୁଲିସ ଏହି ଘଟଣାର ପଞ୍ଚନାମା ପ୍ରସ୍ତୁତ କରିଥିଲା। ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ଝିଅର ମୃତଦେହ ହସ୍ତାନ୍ତର କରି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe