୧୨୦ ବୋତଲ ମଦ , ୩୦୦୦ ଟଙ୍କା ଓ ମୋବାଇଲ ଫୋନ ସମେତ ଫ୍ରିଜ ଜବତ

Advertisment

ଚୋରାମଦ ବ୍ୟବସାୟୀ ଗିରଫ

ଚୋରାମଦ ବ୍ୟବସାୟୀ ଗିରଫ

୧୨୦ ବୋତଲ ମଦ , ୩୦୦୦ ଟଙ୍କା ଓ ମୋବାଇଲ ଫୋନ ସମେତ ଫ୍ରିଜ ଜବତ

ବାଲିଅନ୍ତା: ଥାନା ଅଧିକାରୀ ପ୍ରଦୀପ କୁମାର ରାଉତଙ୍କ ସୂଚନା କ୍ରମ‌େ ଆଜି ସଂଧ୍ୟାରେ ବାଲିଅନ୍ତା ଥାନା ପୁଲିସ ଟିମ ସ୍ଥାନୀୟ ତଳଗଡ଼ ଗ୍ରାମରେ ଅତର୍କିତ ଭାବେ ଚଢ଼ଉ କରି ଜଣେ ଚୋରାମଦ ବ୍ୟବସାୟୀକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ଚୋରାମଦ ବ୍ୟବସାୟୀ ଜଣକ ହେଲା ସଂଜୟ କୁମାର ଭୋଇ(୩୦)। ସଂଜୟ ନିକଟରୁ ୧୨୦ ବୋ‌ତଲ ଚୋରା ବିଦେଶୀ ମଦ ସହିତ ବିଅର ଜବତ କରାଯାଇଛି। ଏଥିସହିତ ତା’ ନିକଟରୁ ପୁଲିସ  ନଗଦ ୩୦୦୦ ଟଙ୍କା, ଗୋଟିଏ ମୋବାଇଲ ଫୋନ ଏବଂ ଆଉ ଗୋଟିଏ ଫ୍ରିଜ ମଧ୍ୟ ଜବତ କରିଛି। ସଂଜୟ ବାଲିଅନ୍ତା ଥାନା ଅଞ୍ଚଳର ଜଣେ କୁଖ୍ୟାତ ଚୋରା ମଦ ବ୍ୟବସାୟୀ।

ପୂର୍ବରୁ ସେ ଅନେକ ବାର ପୁଲିସ ହାତରେ ଧରାପଡ଼ି ଜେଲ ଯାଇଥିଲା। ହେଲେ ଗତ ସପ୍ତାହରେ ଅବକାରୀ ବିଭାଗ ଚଢ଼ଉ କରିଥିଲେ ହେଁ ଅଧିକାରୀଙ୍କ ହାତରୁ ଖସି ଯିବାରେ ସକ୍ଷମ ହୋଇଥିଲା। ହେଲେ ଆଜି ସର୍ଟ ଡାଉନରେ ସଂଜୟ ଗ୍ରାମରେ ବେଧଡ଼କ ଚୋରା ମଦ କାରବାର ଚଳାଇଥିଲା। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘରେ ଚଢ଼ଉ କରି ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଏଥିସହିତ ଘରେ ମହଜୁଦ ଥିବା ଉପରୋକ୍ତ ପରିମାଣର ମଦ ଜବତ କରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe