ଜଣେ ଗିରଫ, ଲାପ୍‌ଟପ୍‌ ଓ ୧୨ମୋବାଇଲ ଜବତ

Advertisment

ମୋବାଇଲ ଦୋକାନରୁ ଚୋରି ଘଟଣା

ମୋବାଇଲ ଦୋକାନରୁ ଚୋରି ଘଟଣା

ଜଣେ ଗିରଫ, ଲାପ୍‌ଟପ୍‌ ଓ ୧୨ମୋବାଇଲ ଜବତ

ଉମରକୋଟ: ଉମରକୋଟ ନିକଟସ୍ଥ ବେହେଡାରେ ଥିବା ଏକ ମୋବାଇଲ ଦୋକାନରୁ ଚୋରି ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେହିପରି ପୁଲିସ ଗୋଟିଏ ଲାପଟପ ଓ ୧୨ଟି ମୋବାଇଲ ଜବତ କରିଛି। ପ୍ରକାଶ ଥାଉକି, ଗତ ଜାନୁଆରି ୧୭ତାରିଖରେ ବେହେଡା ସ୍ଥିତ ଅରବିନ୍ଦ ବିଶ୍ୱାସଙ୍କ ମୋବାଇଲ ଦୋକାନରୁ ୧୭ଟି ମୋବାଇଲ ଓ ଗୋଟିଏ ଲାପଟପ ଚୋରି ହୋଇଥିଲା। ଏନେଇ ଦୋକାନ ମାଲିକ ଅରବିନ୍ଦ ଉମରକୋଟ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଚୋରି ମୋବାଇଲ ନଦୀଗାଁର ବିଶାଲ ଗରଡାଙ୍କ ନିକଟରେ ଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା।

ପରେ ତଦନ୍ତକାରୀ ଅଧିକାରୀ ଦାମୋଦର ବିହାରୀ ତେଲନଦୀ ଗାଁରେ ଚଢାଉ କରି ବିଶାଲଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ୧୩ଟି ମୋବାଇଲ ଓ ଲାପଟପ ଜବତ କରିଥିଲା। ଏହି ଚୋରି ଘଟଣାରେ ସଂପୃକ୍ତ ଗୁଡୁ ଗଣ୍ଡ ଫେରାର ଥିବା ପୁଲିସ କହିଛି। ପୁଲିସ ଅଭିଯୁକ୍ତ ବିଶାଲ ଗରଡାଙ୍କୁ କୋର୍ଟ ଚାଲାଣ କରିଛି। ଆଜି ଉମରକୋଟ ଥାନାରେଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ଏହି ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ତଦନ୍ତକାରୀ ଅଧିକାରୀ ଦାମୋଦର ବିହାରୀ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe