Republic World
ଜୟପୁର: ରାଜସ୍ଥାନର ଅଲୱାର ଜିଲ୍ଲାରେ ଥିବା ଏକ ବେସରକାରୀ ବିଦ୍ୟାଳୟର ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ ଜଣେ ଛାତ୍ରୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯିବା ସହ ନିନ୍ଦା ବି କରାଯାଉଛି।
ସୂଚନାଯୋଗ୍ୟ, ପାଖାପାଖି ଏକବର୍ଷ ହେବ ଛାତ୍ରୀଙ୍କୁ ବିଦ୍ୟାଳୟର ମ୍ୟାନେଜର, ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଦୁଷ୍କର୍ମ କରି ଆସୁଥିଲେ। ଏହି ଘଟଣାରେ ମୁହଁ ଖୋଲିଲେ ଜୀବନ ପ୍ରତି ବିପଦ ଥିବା ସବୁବେଳେ ସେମାନେ ଛାତ୍ରୀଙ୍କୁ ଧମକ ଦେଇ ଆସୁଥିଲେ। ତେଣୁ ଭୟରେ ଛାତ୍ରୀ ଏବିଷୟରେ କାହାକୁ କିଛି କହି ପାରୁ ନଥିଲେ। ଶେଷରେ ଅତିଷ୍ଠ ହୋଇ ମନକୁ ଦୃଢ଼ କରି ମୁହଁ ଖୋଲି ଘରେ ସବୁ ବିଷୟରେ ଜଣାଇଥିଲେ।
ଏହାପରେ ପୀଡିତାଙ୍କ ପରିବାର ପକ୍ଷରୁ ଏହି ଗୁଣଦୁଷ୍କର୍ମ ଘଟଣାରେ ୧୩ ଜଣଙ୍କ ସମେତ ୩ ଜଣ ଶିକ୍ଷୟିତ୍ରୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରାଯାଇଥିଲା।
ନାରାୟଣପୁର ପୁଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି । ଏଥିସହିତ ବିଦ୍ୟାଳୟର ମ୍ୟାନେଜର, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ ମଧ୍ୟ ପୀଡିତା ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସ୍କୁଲ କର୍ମଚାରୀଙ୍କ ସମେତ ଅନ୍ୟ କିଛି ସ୍ଥାନୀୟ ବାସିନ୍ଦାଙ୍କ ନାମରେ ମଧ୍ୟ ପୁଲିସରେ ମାମଲା ରୁଜୁ କରିଛି।
ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ଦୁଷ୍କର୍ମ ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ପୀଡିତାଙ୍କ ଚିକିତ୍ସା ଜାରି ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ।
Follow Us