IOL
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖୀମପୁରରେ ଜଣେ ୧୩ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତମାନେ ଦୁଷ୍କର୍ମ କରିବା ପରେ ଯେଉଁଭଳି ଭାବେ ପୀଡ଼ିତାଙ୍କ ହତ୍ୟା କରିଛନ୍ତି, ତାହା ସମସ୍ତଙ୍କ ଲୋମଟାଙ୍କୁରି ଦେଇଛି। ପୀଡ଼ିତାଙ୍କ ମୃତଦେହ ମିଳିବା ପରେ ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରି ଘଟଣାରେ ସଂପୃକ୍ତ ଥିବା ଗାଁର ଦୁଇ ଯୁବକଙ୍କୁ ଗିରଫ କରିଛି। ଦୁଷ୍କର୍ମ କରିବା ସହ ଅଭିଯୁକ୍ତ ପୀଡ଼ିତାଙ୍କ ଆଖି ତାଡ଼ି ଦେବା ସହ ତାଙ୍କ ଜିଭ କାଟିଦେଇଥିଲେ। ଏହା ସହ ଗିରଫ ହେବା ଡ଼ରରେ ଓଢ଼ଣୀରେ ପୀଡ଼ିତାଙ୍କ ତଣ୍ଟି ଚିପି ଅଭିଯୁକ୍ତମାନେ ହତ୍ୟା କରିଥିବା ଜଣା ପଡ଼ିଛି।
ndtvପୁଲିସର କହିବା ମୁତାବକ, ଶୁକ୍ରବାର ମଧ୍ୟାହ୍ନ ସମୟରେ ପୀଡ଼ିତା ନିଖୋଜ ହୋଇଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ପୂରା ପରିବାର ଲାଗି ପଡ଼ିଥିବା ବେଳେ ଏକ ଆଖୁ କିଆରୀରୁ ତାଙ୍କ ମୃତଦେହ ମିଳିଥିଲା। ପୀଡ଼ିତାଙ୍କ ଆଖି ନଥିବା ସହ ତାଙ୍କ ଜିଭ କାଟି ଦିଆଯାଇଥିଲା। ରକ୍ତାକ୍ତ ମୃତଦେହକୁ ଡାକ୍ତରଖାନା ନିଆଯାଇ ଶବ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ସ୍ପଷ୍ଟ କରିଥିଲେ ଡାକ୍ତର। ଏହି ଘଟଣାରେ ଗାଁର ଦୁଇ ଯୁବକଙ୍କୁ ଏବେ ପଚରାଉଚରା କରାଯାଉଛି। ଦୁଇଜଣଙ୍କ ମଧ୍ୟରେ ଆଖୁ କିଆରୀର ମାଲିକ ମଧ୍ୟ ଥିବା ଜଣା ପଡ଼ିଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଦୁଃଖପ୍ରକାଶ କରିବା ସହ ଘଟଣାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି।
Follow Us