୯ଜଣ ଅଭିଯୁକ୍ତ ନାବାଳିକାଙ୍କୁ ଅପହରଣ କରି ୫ଦିନ ମଧ୍ୟରେ ଦୁଇଥର କରିଛନ୍ତି ଗଣଦୁଷ୍କର୍ମ 

ସାଲେପୁରରେ ଚାଞ୍ଚଲ୍ୟ: ମୁହଁ, ଗୋଡ଼ ବାନ୍ଧି ନାବାଳିକାକୁ ଗଣଦୁଷ୍କର୍ମ

ଭୋପାଳ: ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାରେ ୯ଜଣ ଯୁବକ ୧୩ ବର୍ଷର ବାଳିକାଙ୍କୁ ୫ ଦିନରେ ଦୁଇଥର ଗଣଦୁଷ୍କର୍ମ କରିଥିବା ନେଇ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। । ଏହି ମାମଲାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରିଛି।  ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ୬ ଦିନ ମଧ୍ୟରେ ୪ ଟି ଏଭଳି ଦୁଷ୍କର୍ମ ଘଟଣା ଘଟିଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

13-Year-Old Raped Twice By 9 In Five Days In Madhya Pradesh: Police

ପୁଲିସ ସୂଚନାନୁସାରେ, ୧୩ ବର୍ଷୀୟ ପୀଡିତାଙ୍କୁ ଜାନୁଆରି ୪ ରେ ତାଙ୍କର ଜଣେ ପରିଚିତ ବ୍ୟକ୍ତି ଅପହରଣ କରି ନେଇଥିଲେ। ଏହା ପରେ ସେ ତାଙ୍କର ୭ଜଣ ସାଙ୍ଗଙ୍କ ସହ ୨ଦିନ ଧରି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ୫ତାରିଖ ଦିନ ନାବାଳିକାଙ୍କୁ ଘରକୁ ପଠାଇବା ପୂର୍ବରୁ ଦୁଷ୍କର୍ମକାରୀ ଧମକ ଦେଇଥିଲେ ଯେ ଯଦି ସେ କାହାକୁ ଏବିଷୟରେ କହନ୍ତି ତେବେ ସେମାନେ ତାଙ୍କୁ ଜୀବନରୁ ମାରିଦେବେ।

ଏହି ଦୁଷ୍କର୍ମ ଘଟଣାର ୬ଦିନ ପରେ ଅଭିଯୁକ୍ତ ପୁଣିଥିରେ ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ। ଅନେକ ଟିମ୍ ତଦନ୍ତ କରି ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଦୁଇଜଣଙ୍କୁ ଖୁବଶୀଘ୍ର ଧରିବ ବୋଲି କହିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe