ଦୁଇସାଙ୍ଗଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ନାବାଳିକା ମାଇନା ପାଇଁ ଡାକ୍ତରଖାନାରେ ଅପେକ୍ଷା କଲେ ଦୁଇଦିନ

Advertisment
ଦୁଇସାଙ୍ଗଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ନାବାଳିକା ମାଇନା ପାଇଁ ଡାକ୍ତରଖାନାରେ ଅପେକ୍ଷା କଲେ ଦୁଇଦିନ

ଗାଜିଆବାଦ: ଜଣେ ୧୩ବର୍ଷର ଦୁଷ୍କର୍ମ ପୀଡିତାଙ୍କୁ ଡାକ୍ତରିମାଇନା ପାଇଁ ଦୁଇଦିନ ପର୍ଯ୍ୟନ୍ତ ହସ୍‌ପିଟାଲରେ ଅପେକ୍ଷା କରିବାକୁ ପଡ଼ି ଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଦୁଷ୍କର୍ମ ଘଟଣାରେ ଦୁଇଜଣ ସାମିଲ ଥିବା ନେଇ ପୁଲିସ ସୂଚନା ଦେଇଛି।

publive-image

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ପୀଡିତା ତାଙ୍କ ଦୁଇଜଣ ପୁଅ ସାଙ୍ଗସହିତ ଖେଳୁଥିଲା। ଏହି ସମୟରେ ଦୁଇ ସାଙ୍ଗ ପୀଡିତାଙ୍କୁ ଆଉ ଏକ ସ୍ଥାନରେ ଯାଇ ଖେଳିବାକୁ କହିଥିଲେ। ପୀଡିତା ବି ରାଜି ହୋଇ ଦୁଇସାଙ୍ଗ ସହିତ ସେମାନେ କହିଥିବାର ସ୍ଥାନକୁ ଯାଇଥିଲେ। ସେଠାରେ ଦୁଇଜଣ ପିଲା ପୀଡିତାଙ୍କୁ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲେ। ଏବଂ ପୀଡିତାଙ୍କୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଥିଲେ। ଝିଅକୁ ଖୋଜି ଖୋଜି ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଝିଅଠାରୁ ସବୁକଥା ଶୁଣିବା ପରେ ପୀଡିତାଙ୍କ ପରିବାରବର୍ଗ ପୁଲିସରେ ଅଭିଯୋଗ କରିଥିଲେ। ଦୁଇ ଦୁଷ୍କର୍ମକାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡିବିଧାନ ଆଇନ ଅନୁଯାୟୀ ଧାରା ୩୭୬ରେ ମାମଲା ରୁଜୁ କରାଯାଇଛି।

publive-image

ସାହିବାଦାଦ୍‌ର ସିନିୟର ସବ୍‌ ଇନ୍ସପେକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଦୁଷ୍କର୍ମ ପୀଡିତାଙ୍କ ଡାକ୍ତରି ମାଇନା ହୋଇପାରିନାହିଁ। କାରଣ ସରକାରୀ ହସ୍‌ପିଟାଲରେ ଦୁଇଦିନ ପର୍ଯ୍ୟନ୍ତ ଡାକ୍ତର ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe