ପର୍ଣ୍ଣ ଫିଲ୍ମ ଦେଖି ୧୪ ବର୍ଷର ନାବାଳକ ବଡ଼ ଭଉଣୀ ସହ କରୁଥିଲା ଦୁଷ୍କର୍ମ

Advertisment
ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଅଭିଯୁକ୍ତକୁ ୨.୫ ଲକ୍ଷ ଜରିମାନା ଦେଇ ଛାଡ଼ିଦେଲେ ଗାଁ ମୁଖିଆ

IBTimes India

ମୁମ୍ବାଇ : ଯୌନ ଅପରାଧ ଦିନକୁ ଦିନ ସମସ୍ତ ସୀମା ପାର କରିବାରେ ଲାଗିଛି। ଏବେ ନଭୀ ମୁମ୍ବାଇରେ ଏହାର ପ୍ରତ୍ୟକ୍ଷ ଉଦାହରଣ ଦେଖିବାକୁ ମିଳିଛି। ଜଣେ ୧୪ ବର୍ଷିୟ ନାବାଳକର ପର୍ଣ୍ଣ ଚଳଚ୍ଚିତ୍ର ଦେଖିବା ଅଭ୍ୟାସ ତାକୁ ଅପରାଧୀରେ ପରିଣତ କରିଛି। ନାବାଳକ ଜଣକ ଫିଲ୍ମ ଦ୍ୱାରା ପ୍ରଭାବିତ ହୋଇ ନିଜ ବଡ଼ ଭଉଣୀ ସହ ଦୁଷ୍କର୍ମ କରୁଥିଲା। ତେବେ ଘଟଣାଟି ସର୍ବସମ୍ମୁଖକୁ ଆସିଥିଲା ଯେତେବେଳେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲା । ପରିବାର ସଦସ୍ୟ ପଚରାଉଚରା କରିବାରୁ ସାନ ଭାଇ ବିଗତ କିଛି ମାସ ହେବ ତା’ ସହିତ ଦୁଷ୍କର୍ମ କରି ଆସୁଥିବା କଥା ସେ କହିଥିଲା ।

publive-image india.com

ସୂଚନା ଅନୁଯାୟୀ, ଏହି ନାବାଳକ ଭାଇଭଉଣୀଙ୍କ ପିତାମାତା ଚାକିରୀ କରୁଥିବାରୁ ଦିନତମାମ୍‌ ଘର ବାହାରେ ରହୁଥିଲେ । ଘରେ ବହୁ ସମୟ ଏକୁଟିଆ ରହୁଥିବାରୁ ୧୪ ବର୍ଷର ନାବଳକ ଜଣଙ୍କ ପର୍ଣ୍ଣ ଫିଲ୍ମ ଦେଖିବା ଅଭ୍ୟାସରେ ପରିଣତ ହୋଇଗଲା । ଯାହା ପରେ ସେ ତା’ ଠାରୁ ଦୁଇ ବର୍ଷ ବଡ଼ ଭଉଣୀକୁ କାମବାସନାର ଶିକାର ବନାଇ ଢ଼େର ଦିନ ହେବ ବାରମ୍ବାର ଦୁଷ୍କର୍ମ କରିଆସୁଥିଲା । କିଛି ଦିନ ପୂର୍ବେ ଅସୁସ୍ଥ ଅନୁଭବ କରିବାରୁ ନାବାଳିକାକୁ ତାଙ୍କ ମା’ ଡ଼ାକ୍ତରଖାନା ଚିକିତ୍ସା ପାଇଁ ନେଇଥିଲେ । ସେଠରେ ଚିକିତ୍ସା ପରେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏହାର କାରଣ ଜାଣିବାକୁ ଯାଇ ନାବାଳିକାକୁ ପଚରାଉଚରା କରାଯାଉଥିବା ସମୟରେ ସେ ତାଙ୍କ ସାନ ଭାଇ ଦୁଷ୍କର୍ମ କରିଥିବା ଘଟଣା କହିଥିଲା ।
ଘଟଣା ସର୍ବସମ୍ମୁଖକୁ ଆସିବା ପରେ ସ୍ଥାନୀୟ ପୁଲିସ ନାବାଳକକୁ ଗିରଫ କରିବା ସହ ତାକୁ ବାଳସୁଧାର ଗୃହକୁ ପଠାଇଛି । ଏଥି ସହ ନାବାଳିକାର ଡ଼ାକ୍ତରୀ ଚିକିତ୍ସା ଚାଲିଥିବା ବେଳେ ଘଟଣାଟିର ତଦନ୍ତ ଚଳାଇଛି ପୁଲିସ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe