ବାଲିଅନ୍ତା : ବାଲିଅନ୍ତା ଥାନା ଅଞ୍ଚଳରୁ ଗତକାଲି ରାତିକ ମଧ୍ୟରେ ୧୫ଟି ଛେଳି ଚୋରି ହୋଇଯାଇଛି। ଏ ସଂପର୍କରେ ଆଜି ପୂର୍ବାହ୍ନରେ ସଂପୃକ୍ତ ଛେଳି ପାଳକମାନେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଆଧାର କରି ଏହି ଘଟଣାରେ ଥାନାରେ ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ସୁବାଲୋ ଗ୍ରାମର କୁଶିଆ ସ୍ୱାଇଁଙ୍କର ୫ଟି ମାଈ ଓ ଖାସି ଛେଳି ଚୋରି ଯାଇଥିବା ବେଳେ ଉକ୍ତ ଗ୍ରାମର ଟୁନ ସ୍ୱାଇଁଙ୍କର ୩ଟି ଛେଳି ଚୋରିଯାଇଛି। ଏଥିସହିତ ଅନୁରୂପ ଭାବେ ଏହା ପୂର୍ବଦିନ ରାତିରେ ଅରିଙ୍ଗଳ ଗ୍ରାମର ଗୋଲେକ୍ ମଲ୍ଲିକଙ୍କର ୩ଟି ଓ ସିକୁନ୍ ମଲ୍ଲିକ୍ଙ୍କର ୪ଟି ଛେଳି ଚୋରିଯାଇଛି। ଦୁର୍ବୃତ୍ତମାନେ ଗୁହାଳ ଘର ତାଟିକବାଟ ଭାଙ୍ଗି ଘର ନିକଟରେ କାର ଲଗାଇ ସବୁ ଛେଳି ଉଠାଇ ନେଇଛନ୍ତି। ଏହାଛଡ଼ା ଗତମାସରେ ମଧ୍ୟ ଯଶୁଆପୁର ଓ ବିଲିପଡ଼ା ଗ୍ରାମର ଆଉ ଦୁଇଜଣ ମହିଳା ଛେଳି ପାଳକଙ୍କର ୧୫ଟି ଛେଳି ଚୋରି ହୋଇଯାଇଥିବା ବାଳକାଟି ଫାଣ୍ଡିରେ ଅଭିଯୋଗ ହୋଇଥିଲା ।
ରାତିକ ମଧ୍ୟରେ ୧୫ ଛେଳି ଚୋରି, ସନ୍ଦେହରେ ଜଣେ ଅଟକ
Advertisment
Follow Us