ଚିକିତ୍ସା ନାମରେ ୧୫୦ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଡାକ୍ତର, ୧୭୫ବର୍ଷ ଦଣ୍ଡାଦେଶ କଲେ ଅଦାଲତ

ଚିକିତ୍ସା ନାମରେ ୧୫୦ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଡାକ୍ତର, ୧୭୫ବର୍ଷ ଦଣ୍ଡାଦେଶ କଲେ ଅଦାଲତ

ନୂଆଦିଲ୍ଲୀ: ଚିକିତ୍ସା ନାମରେ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବା ଜଣେ ଡାକ୍ତରକୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଥିଲେ। ଏହି ଡାକ୍ତର ଏଯାବତ୍‌ ୧୫୦ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ଆସିଛି। ପୀଡିତାଙ୍କ ମଧ୍ୟରେ ଅଲମ୍ପିକ ଖେଳରୁ ଜିମନାଷ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଏଲି ରିମସନ୍‌ ବି ସାମିଲ ଅଛନ୍ତି। ଏହି ଡାକ୍ତରଙ୍କ କାରନାମର ପର୍ଦ୍ଦାଫାସ ହେବା ପରେ ପୁଲିସ ତାଙ୍କୁ ଗିରଫ କରି ନେଇଥିଲା। ଅଦାଲତ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୭୫ବର୍ଷ ପାଇଁ ଦଣ୍ଡାଦେଶ କରିଥିଲେ।

publive-image

ଏହି ମାମଲା ଆମେରିକାର। ୧୫୦ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଡାକ୍ତର ନାମ ଲେରି ନାସର ବୋଲି ଜଣାପଡ଼ିଛି।  ପୁଲିସ ସୂତ୍ରରୁ ପ୍ରକାଶ, ଡାକ୍ତର ଦ୍ୱାରା ଯୌନ ନିର୍ଯାତନା ଶିକାର ହୋଇଥିବା ମହିଳାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ଶୁଣାଣି ଅଦାଲତରେ ୭ଦିନ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ଅଭିଯୁକ୍ତ ଲେରି ନାସରଙ୍କୁ ୧୭୫ବର୍ଷ ପାଇଁ ଦଣ୍ଡାଦେଶ ହୋଇଥିଲା।

publive-image

ମିଶିଗନ୍‌ର ଏକ ଅଦାଲତରେ ଏହି ମାମଲାର ଶୁଣାଣି ସମୟରେ ପୀଡିତ ନିଜ ଅଭିଯୋଗ ଜଣାଇ କହିଥିଲେ, ମୁଁ ଚିକିତ୍ସା ପାଇଁ ଡାକ୍ତର ଲେରି ନାସରଙ୍କ ପାଖକୁ ଯାଇଥିଲି। ସେ ମୋର ଚିକିତ୍ସା କରିବା ବାହାନାରେ ଅଶ୍ଳୀଳ କଥା କହିବା ସହିତ ସମ୍ଭେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ। ମୁଁ ଯେତେବେଳେ ଡାକ୍ତରଙ୍କ ଏହି କାମକୁ ବିରୋଧ କରିଥିଲି, ଏପରି ହିଁ ଚିକିତ୍ସା କରାଯାଏ ବୋଲି ସେ କହିଥିଲେ। ଏଭଳି ଅନେକ ମହିଳା ଡାକ୍ତରଙ୍କ ଏହି କାରନାମା ବିଷୟରେ ପୁଲିସରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe