୬ଜଣ ଅଭିଯୁକ୍ତଙ୍କ ଦ୍ୱାରା ୫ଦିନ ଧରି ଦୁଷ୍କର୍ମର ଶିକାର ହେଲେ ୧୬ବର୍ଷୀୟା ପୀଡ଼ିତା, ୬ଜଣଙ୍କ ମଧ୍ୟରେ ସାମିଲ ଥିଲେ ୩ଜଣ ନାବାଳକ

Advertisment
୬ଜଣ ଅଭିଯୁକ୍ତଙ୍କ ଦ୍ୱାରା ୫ଦିନ ଧରି ଦୁଷ୍କର୍ମର ଶିକାର ହେଲେ ୧୬ବର୍ଷୀୟା ପୀଡ଼ିତା, ୬ଜଣଙ୍କ ମଧ୍ୟରେ ସାମିଲ ଥିଲେ ୩ଜଣ ନାବାଳକ

Zee News

ଅମରାବତୀ : ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ସହରରେ ଜଣେ ୧୬ବର୍ଷୀୟ ପୀଡ଼ିତା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ୬ଜଣ ଅଭିଯୁକ୍ତ ମିଶି ଏଭଳି ଅପରାଧ କରିଥିବା ବେଳେ ସେ ମଧ୍ୟରୁ ୩ଜଣ ନାବାଳକ ଥିବା କହିଛି ପୁଲିସ । ଘଟଣାଟି ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରି ସାରିଛି ।

publive-image Newsdig.in

ସୂଚନା ମୁତାବକ, ଜୁନ୍‌ ୧୭ରେ ପୀଡ଼ିତା ନିଜ ବସ୍‌କୁ ଅପେକ୍ଷା କରି ଠିଆ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ତାଙ୍କ ସହ ବନ୍ଧୁତା ସ୍ଥାପନ କରି ତାଙ୍କୁ ନିଜ ରୁମ୍‌କୁ ଡ଼ାକି ନେଇଥିଲେ । ଏହା ପରେ ରୁମ୍‌ରେ ଥିବା ନିଜ ୫ଜଣ ସାଥୀଙ୍କ ସହ ଦୁଷ୍କର୍ମ କରିଥିଲେ । ୫ଦିନ ଧରି ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଅଭିଯୁକ୍ତମାନଙ୍କ କବଳରୁ ଖସି ଆସି ଶନିବାର ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ପୁଲିସ ପୀଡ଼ିତାଙ୍କୁ ଦେଖିବା ସହ ତାକୁ ଡ଼ାକ୍ତରଖାନା ନେଇଥିଲେ । ଏବେ ପୀଡ଼ିତାଙ୍କ ଅବସ୍ଥା ଠିକ ଥିବା ସହ ପୂରା ଘଟଣା ଜାଣି ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe