ମାଆ ଓ ଝିଅଙ୍କୁ ଦୁଷ୍କର୍ମ କରି ୭ ପୁଲିସ୍‌ ସମେତ ୧୮ ଗିରଫ

Advertisment
ମାଆ ଓ ଝିଅଙ୍କୁ ଦୁଷ୍କର୍ମ କରି ୭ ପୁଲିସ୍‌ ସମେତ ୧୮ ଗିରଫ

silhouette of the boy holding the cage , imprisoned, retarded, Child Abuse in white tone

ହରିଆଣା: ଜଣେ ୧୬ ବର୍ଷୀୟା ନାବାଳିକା ଅଭିଯୋଗ ଆଣିଛନ୍ତି ଯେ ଗତ ମାସ ଏକ ଗ୍ରାମରେ ସେ ନିଜେ ଏବଂ ତାଙ୍କ ମାଆ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ମାମଲାର ତଦନ୍ତ କରି ପୁଲିସ୍‌ ୭ ଜଣ ପୁଲିସ୍‌ କର୍ମୀଙ୍କ ସମେତ ସମୁଦାୟ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୀଡ଼ିତା ଜଣକ ଅଭିଯୋଗ ଆଣିଛନ୍ତି ଯେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଏଏସ୍‌ଆ ର‍୍ୟାଙ୍କ୍‌ର ଜଣେ ପୁଲିସ୍‌ ଅଧିକାରୀ। ମାଆ ଝିଅ ଗତ ମାସ ନିଜ ଘରେ ଥିବା ଅବସ୍ଥାରେ ଉକ୍ତ ପୁଲିସ୍‌ ଅଧିକାରୀ ଜଣକ ଘରେ ପଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପୁଲିସ୍‌ ଅଧିକାରୀଙ୍କ ବ୍ୟତୀତ ସରପଞ୍ଜ ଏବଂ ପୂର୍ବ ସରପଞ୍ଚ ଆଦି ତାଙ୍କ ଘର ବାହାରେ ଛିଡ଼ା ହୋଇ ଉକ୍ତ ପୁଲିସ୍‌ ଅଧିକାରୀଙ୍କୁ ସମର୍ଥନ କରିଥିଲେ।

ବୁଧବାର ଏହି ଘଟଣାର ତଦନ୍ତ କରି ପୁଲିସ୍‌ ୧୮ ଜଣ ନାମରେ ମାମଲା ରୁଜୁ କରିଛି। ପୁଲିସ୍‌ ଅଧିକାରୀଙ୍କ ବ୍ୟତୀତ ଆହୁରି ଛଅ ପୁଲିସ୍‌ ଏଥିରେ ସାମିଲ୍‌ ଥିଲେ। ସେମାନେ ହେଉଛନ୍ତି କନେଷ୍ଟବଲ୍‌ ଏବଂ ମୁଖ୍ୟ କନେଷ୍ଟବଲ୍‌ ର‍୍ୟାଙ୍କ୍‌ର। ଏହି ଘଟଣାର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe