୧୭ଜଣ ଶିଶୁଙ୍କୁ ଦୁଷ୍କର୍ମ କରିଥିବା ପୂର୍ବତନ ସେନା କର୍ମଚାରୀ ବନିଥିଲା ‘ବେବି କିଲର’

Advertisment
୧୭ଜଣ ଶିଶୁଙ୍କୁ ଦୁଷ୍କର୍ମ କରିଥିବା ପୂର୍ବତନ ସେନା କର୍ମଚାରୀ ବନିଥିଲା ‘ବେବି କିଲର’

ଚଣ୍ଡିଗଡ଼ : ସମାଜରେ ବିଭିନ୍ନ ପ୍ରକାର ସିରିିଏଲ କିଲିଂର ଘଟଣା ସାମ୍ନାକୁ ଆସିଥାଏ। ଯାହା ସମ୍ପର୍କରେ ଶୁଣିଲେ ଲୋମମୂଳ ଟାଙ୍କୁରି ଉଠିଥାଏ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ସିରିଏଲ କିଲର ସମ୍ପର୍କରେ କହିବାକୁ ଯାଉଛି, ଯିଏକି ମାନବିକତାର ସମସ୍ତ ସୀମା ଅତିକ୍ରମ କରିସାରିଛି।  ଏହି କୁଖ୍ୟାତ ସିରିଏଲ କିଲରର ହେଉଛି ଦରବାର ସିଂହ।

publive-image

୧୭ଜଣ ଶିଶୁଙ୍କ ସହିତ ଦୁଷ୍କର୍ମ କରିବା ପରେ ସେମାନଙ୍କୁ ହତ୍ୟା କରିବା ପାଇଁ ବି ପଛାଇ ନଥିଲା ଦରମାର । ଏଥିରେ ୧୫ଜଣ ଝିଅ ଓ ୨ଜଣ ପୁଅ ସାମିଲ ଥିଲେ। ପଞ୍ଜାବର ଅମୃତସରରେ ରହୁଥିବା ସିରିଏଲ କିଲର  ୨୦ରୁ ଊର୍ଧ୍ୱ ଶିଶୁଙ୍କୁ ନିଜର ଶିକାର ବନାଇ ଥିଲା। କିନ୍ତୁ ପୁଲିସ ଦରବାର ସିଂହଙ୍କ ବିରୋଧରେ ୧୭ଜଣ ଶିଶୁକୁ ହତ୍ୟା କରିବାର ମାମଲା ରୁଜୁ କରିଥିଲା। ଦରବାର ମେଡିକାଲମାନଙ୍କରେ ବୁଲି ଛୋଟଛୋଟ ଶିଶୁଙ୍କୁ ଚକୋଲେଟର ଲୋଭ ଦେଖାଇ, ନିଜ ଜାଲରେ ପ୍ରଥମେ ଫସାଇ ଥାଏ। ତା’ପରେ ଉକ୍ତ ଶିଶୁଙ୍କୁ କାବୁ କରି ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ପରେ ହତ୍ୟା କରି ମାଟିରେ ପୋତି ଦେଇଥାଏ।

publive-image

ଏକ  ରିପୋର୍ଟ ଅନୁଯାୟୀ, ଦରବାର ସେନାରେ ଚାକିରି କରିଥିଲା। କିନ୍ତୁ ପଠାନକୋଟରେ ଥିବା ସମୟରେ ଦରବାରକୁ ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ଉପରେ ହାମଲା କରିବାର ଅଭିଯୋଗରେ ବାହାର କରି ଦିଆଯାଇଥିଲା।

ଦରବାର  ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କୁ ନିଜର ଶିକାର ବନାଇ ଥାଏ। ପ୍ରଥମ ଥର ଅଦାଲତ ଜଣେ ପ୍ରବାସୀ ଶ୍ରମିକଙ୍କ ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିବା ଅଭିଯୋଗରେ ଦରବାର ସିଂହକୁ ୩୦ବର୍ଷର ଜେଲଦଣ୍ଡର ଶୁଣାଣି କରିଥିଲେ। କିନ୍ତୁ ଜେଲରେ ଦରବାରର ଭଲ ବ୍ୟବହାର ଦେଖି ୨୦୦୩ରେ ୧୦ବର୍ଷ ଜେଲଦଣ୍ଡ ଭୋଗିବା ପରେ ଖଲାସ କରି ଦିଆଯାଇଥିଲା। ଜେଲରୁ ମୁକୁଳିବାର କିଛିଦିନ ପରେ ପୁଣି ପୂର୍ବ ଭଳି ଶିଶୁଙ୍କୁ ଅପହରଣ କରି ହତ୍ୟା କରିବା କାମରେ ଲିପ୍ତ ହୋଇଯାଇଥିଲା । ସିରିଏଲ କିଲର ଦରବାର ସିଂହକୁ ଲୋକମାନେ ‘ବେବି କିଲର’ ନାମ ଦେଇଛନ୍ତି।

publive-image

୨୦୦୪ରେ ଦରବାର ସିଂହଙ୍କୁ ପୁଣି ଗିରଫ କରା ଯାଇଥିଲା। ସେ ତିନିଟି ଶିଶୁର ପିତା। ସେ ପୁଲିସ ସାମ୍ନାରେ ନିଜର ଦୋଷ ସ୍ୱୀକାର କରି ୧୭ଜଣ ଶିଶୁଙ୍କୁ ଦୁଷ୍କର୍ମ କରିବା ସହିତ ହତ୍ୟା କରିଥିବା କହିଥିଲା। ସେମାନଙ୍କ ଶବକୁ ସେ ରେୟା ଖଦୁର ସାହିବ ରୋଡ ପାଖରେ ଥିବା ଏକ ପୋଖରୀ ନିକଟରେ ପୋତି ଦେଇଥିବା ମଧ୍ୟ ମାନିଥିଲା।

କପୁରଥାଲାରେ ୭ମାସ ଭିତରେ ପାଖାପାଖି ୨୩ଜଣ ଶିଶୁ ନିଖୋଜ ହୋଇଥିଲେ। ଯେଉଁମାନଙ୍କ ମଧ୍ୟରୁ ପୁଲିସ ୬ଜଣଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ହୋଇଥିବା ସମସ୍ତଙ୍କ ଶିଶୁଙ୍କ ବୟସ ୧୦ବର୍ଷ ଭିତରେ ଥିଲା। ୨୦୦୮ ଜାନୁଆରୀ ୭ ତାରିଖରେ ସିରିଏଲ କିଲର ଦରବାର ସିଂହକୁ ମୃତ୍ୟୁଦଣ୍ଡ ଆଦେଶ ଦିଆଯାଇଥିଲା। ପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe