ମାତ୍ର ୨,୫୦୦ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କଲା ନାବାଳକ

Advertisment
ବେଆଇନ ନିର୍ମାଣ ପଥର ଚାଲାଣ, ଟ୍ରକ୍ ଜବତ, ୨ ଗିରଫ

ନୂଆଦିଲ୍ଲୀ: ବୁଧବାର ଦିନ ପୁଲିସ ଦିଲ୍ଲୀର ମୈଦାନ ଗହରି ନିକଟ ଜଙ୍ଗଲ ଅଞ୍ଚଳରେ ଜଣେ ନାବାଳକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ୧୭ ବର୍ଷର ବାଳକକୁ ପୁଲିସ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ନଭେମ୍ବର ୨ତାରିଖରେ ଘଟିଥିବା ଏହି ଘଟଣା ସମୟରେ ଉଭୟ ନାବାଳକ ମଦ୍ୟପାନ କରିଥିବା ଜଣାପଡ଼ିଛି। ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୧୭ ବର୍ଷର ବାଳକକୁ ବୁଧବାର ଦିନ ଦିଲ୍ଲୀ ପୁଲିସ ଏକ ଟିମ୍ ମୈଦାନ ଗହରିରୁ ଗିରଫ କରିଥିଲା। ଗିରଫ ପରେ ବାଳକ ଜଣକ ମଦ୍ୟପାନ କରିବା ପରେ ସାଙ୍ଗ ୨୫୦୦ଟଙ୍କା ଫେରସ୍ତ ନକରିବାକୁ ନେଇ ବିବାଦ ହୋଇଥିଲା। ଯେଉଁ କାରଣରୁ ସେ ସାଙ୍ଗକୁ ହତ୍ୟା କରିଥିବା କଥା ପୁଲିସ ଆଗରେ ସ୍ବୀକାର କରିଥିଲା।

ନଭେମ୍ବର ୯ରେ ପିସିଆର ପୁଲିସ ମୈଦନ ଗହରି ପୁଲିସ ଷ୍ଟେସନକୁ କଲ କରି ସଶ୍ମାନ ଘାଟ ନିକଟ ଜଙ୍ଗଲରେ ମୃତଦେହ ପଡ଼ିଥିବା ଖବର ଦେଇଥିଲା। ଏହି ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ଶବକୁ ଜଙ୍ଗଲୀ ପଶୁ କ୍ଷତାକ୍ତ କରି ଦେଇଥିବାରୁ ଚିହ୍ନଟ କଷ୍ଟ ହୋଇଥିଲା। ମୃତଦେହକୁ ପୀଡିତଙ୍କ ପିତାମାତା ପୋଷାକ ଏବଂ ଟାଟୁ ଚିହ୍ନରୁ ଚିହ୍ନଟ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe