ଅର୍ଜୁନ ପୁରସ୍କାର ବିଜେତା ସୌମ୍ୟଜିତ୍‌ ଘୋଷଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ୧୮ ବର୍ଷୀୟା ଯୁବତୀ

Advertisment
ଅର୍ଜୁନ ପୁରସ୍କାର ବିଜେତା ସୌମ୍ୟଜିତ୍‌ ଘୋଷଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ୧୮ ବର୍ଷୀୟା ଯୁବତୀ

କୋଲକାତା: ପଶ୍ଚିମବଙ୍ଗର ବରସାତ୍‌ଠାରେ ଜଣେ ୧୮ ବର୍ଷୀୟା ଯୁବତୀ ଅର୍ଜୁନ ପୁରସ୍କାର ବିଜେତା ଟେବୁଲ୍‌ ଟେନିସ୍‌ ଖେଳାଳି ସୌମ୍ୟଜିତ୍‌ ଘୋଷଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବିବାହ ବାହାନା ଦେଖାଇ ସୌମ୍ୟଜିତ୍‌ ତାଙ୍କ ସହ ବଳପୂର୍ବକ ଏପରି କରିଛନ୍ତି ବୋଲି ସେ କହିଛନ୍ତି। ହୋଇଥିବା ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଓ ପୀଡ଼ିତା ଗତ ୩ ବର୍ଷ ହେବ ପ୍ରେମ ସଂପର୍କରେ ଥିଲେ। ଆରମ୍ଭରୁ ସୌମ୍ୟଜିତ୍‌ ବିବାହ ପ୍ରସ୍ତାବ ଦେଇ ପରେ ଓହରି ଯାଇଥିଲେ ବୋଲି ଜାଣିବାକୁ ମିଳିଛି।

ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଘୋଷଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଏ ନେଇ ତଦନ୍ତ ଆରମ୍ଭ ହୋଇଛି।

ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥାର ସୂଚନା ଅନୁସାରେ, ଘୋଷ ଏବଂ ପୀଡ଼ିତା ପ୍ରଥମେ ସୋସିଆଲ୍‌ ମିଡିଆ ଜରିଆରେ ପରସ୍ପରଙ୍କୁ ଜାଣିଥିଲେ। ସେମାନଙ୍କ ଭିତରେ ଘନିଷ୍ଠତା ବଢ଼ିବା ପରେ ସେ ଦୁହେଁ ପୀଡ଼ିତାଙ୍କ ବାପାମାଆଙ୍କ ଅନୁପସ୍ଥିତରେ ତାଙ୍କ ଘରେ ପରସ୍ପରଙ୍କୁ ଭେଟୁଥିଲେ। ଅଭିଯୁକ୍ତଙ୍କ ଘର ସିଲିଗୁଡିରେ ବୋଲି ଜାଣିବାକୁ ମିଳିଛି।

ସେମାନଙ୍କ ଘନିଷ୍ଠତା ବଢ଼ିବା ପରେ ଯୁବତୀ ଜଣକ ଅନ୍ତସତ୍ତ୍ୱା ବି ହୋଇଥିଲେ ବୋଲି ଜାଣିବାକୁ ମିଳିଛି। ପୀଡ଼ିତାଙ୍କ ଘର ଲୋକ ଜଣାଇଛନ୍ତି ଯେ ଏବେ ପୁଲିସ୍‌ ହିଁ ଫେରାର୍‌ ହୋଇଥିବା ଆସାମୀକୁ ଖୋଜି ସମସ୍ୟାର ସମାଧାନ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe