୭ମାସ ଧରି ଗୁଜୁରାଟ, ରାଜସ୍ଥାନ ଓ ହରିୟାଣାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଯୁବତୀ, ସେଦିନର କଷ୍ଟ, ଯନ୍ତ୍ରଣା ଓ ଲୋମ ଟଙ୍କୁରା ଘଟଣାକୁ ବଖାଣିଲେ ପୀଡିତା...

Advertisment
୭ମାସ ଧରି ଗୁଜୁରାଟ, ରାଜସ୍ଥାନ ଓ ହରିୟାଣାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଯୁବତୀ, ସେଦିନର କଷ୍ଟ, ଯନ୍ତ୍ରଣା ଓ ଲୋମ ଟଙ୍କୁରା ଘଟଣାକୁ ବଖାଣିଲେ ପୀଡିତା...

ଗୁରୁଗ୍ରାମ: ଦୀର୍ଘ ୭ମାସ ଧରି ୧୮ବର୍ଷର ବାଳିକା ଭିନ୍ନଭିନ୍ନ ସ୍ଥାନରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ୧୮ବର୍ଷର ବାଳିକାଙ୍କୁ ତିନିଜଣ ଯୁବକ ଅପହରଣ କରି ୭ମାସ ପର୍ଯ୍ୟନ୍ତ ବନ୍ଦୀ କରି ଦୁଷ୍କର୍ମ କରିଥିଲେ। ତିନିଜଣ ଦୁଷ୍କର୍ମକାରୀଙ୍କ ପରିଚୟ ପାଇବା ପରେ ପୁଲିସ ସେମାନଙ୍କ ବିରୋଧରେ ଅପହରଣ ଓ ଦୁଷ୍କର୍ମ ସମେତ ଅନେକ ଧାରାରେ ମାମଲା ରୁଜୁ କରିଛି।

publive-image

ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡତା ସେଦିନର ଦୁଃଖ, କଷ୍ଟ, ଯନ୍ତ୍ରଣା ଓ ଲୋମ ଟାଙ୍କୁରା ଘଟଣାକୁ ମନେ ପକାଇ କହନ୍ତି, ଗତବର୍ଷ ଡିସେମ୍ବରରେ ସେ ପିତା କରିଥିବା କରଜ ସୁଝିବା ପାଇଁ ଓଡିୟା ଖେରାକୁ ଯାଉଥିଲେ। ଏହି ସମୟରେ ତିନିଜଣ ଯୁବକ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରି ଗୁଜୁରାଟକୁ ନେଇ ଏକ କଠୋରିରେ ବନ୍ଦୀ କରି ଏକମାସ ପର୍ଯ୍ୟନ୍ତ ପ୍ରତିଦିନ ତିନିଜଣ ଯୁବକ ଦୁଷ୍କର୍ମ କରି ଚାଲିଥିଲେ। ଏହାପରେ ରାଜସ୍ଥାନକୁ ଆଣି ପୁଣି ଦୁଷ୍କର୍ମ କରିବା ପରେ ଦିଲ୍ଲୀକୁ ଆଣିଥିଲେ। କେବଳ ଏତିକି ନୁହେଁ ଦିଲ୍ଲୀରେ କିଛି ମାସ ରଖିବା ପରେ ହରିୟାଣା ସହରର ଗୁରୁଗ୍ରାମ ଓ ଓ୍ଵାଜିରାବାଦକୁ ଆଣି ବି ତିନି ଜଣ ଯୁବକ ଦୁଷ୍କର୍ମ କରିଥିଲେ। ଓ୍ଵାଜିରାବାଦରେ ପୀଡିତା ରାସ୍ତାରେ ତା’ର ମା’ଙ୍କୁ ଦେଖି ତିନିଜଣ ଦୁଷ୍କର୍ମକାରୀଙ୍କ କବଳରୁ ମୁକୁଳି ଆସିଥିଲେ। ମା’ଙ୍କୁ ଭେଟି କୁଣ୍ଡାଇ ପକାଇ ଝିଅ ଭୋ ଭୋ ହୋଇ କାନ୍ଦିବା ତାଙ୍କ ସହିତ ଘଟିଥିବା କରୁଣ ଘଟଣାକୁ ବଖାଣି ଥିଲେ। ଏହାପରେ ପରିବାର ଲୋକ ତିନିଜଣ ଦୁଷ୍କର୍ମକାରୀଙ୍କ ବିରୋଧରେ ପୁଲିସରେ ମାମଲା ରୁଜୁ କରିଥିଲେ।

ପୁଲିସ ଦୁଷ୍କର୍ମକାରୀ ମୁକେଶ, ଶିବା ଓ ଦରବାର ନାମରେ ମାମଲା ରୁଜୁ କରି ଧରିବା ପାଇଁ ଅନୁସନ୍ଧାନ ଚଳାଇଛି। ପ୍ରଥମେ ପୁଲିସ ଦୁଷ୍କର୍ମକାରୀ ବିରୋଧରେ ଗୁରୁଗ୍ରାମରେଏଫଆଇଆର ରୁଜୁ କରିଥିଲା,ପରେ ଯୁବତୀଙ୍କ ଘର ଜନପଦ ଭିଲଓ୍ଵାଡାର ଓଡିୟା ଖେରା ଥାନାରେ ଏଫଆଇଆର କପି ପଠାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe